Masthead

ଜିଦ୍ ନେଲା ଜୀବନ

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ସରକାରୀ ଜମିକୁ କେନ୍ଦ୍ର କରି ଜଣେ ୨୫ ବର୍ଷୀୟ ଯୁବକ ଅତ୍ମହତ୍ୟା କରିଛନ୍ତି । ଡ଼ୁବୁରୀ ଗ୍ରାମର ଭିକି ରାଉତ କବଜା କରିଥିବା ସରକାରୀ ଜମିକୁ ମଡ଼େଇ ପାଖ ପଡ଼ୋଶୀ ଗୃହ ନିର୍ମାଣ କରୁଥିବାରୁ ଭିକି ପ୍ରତିବାଦ କରିଆସୁଥିଲେ। ପରେ କଳିଙ୍ଗନଗର ଥାନା ଏବଂ ସାହି ଭାଇ ବସି ମାମଲାର ଫଇସଲା ହେଇଥିଲା। ମାତ୍ର ଭିକି ଉକ୍ତ ଫଇସଲାରେ ରାଜି ହେଇ ନ ଥିଲେ। ସେପଟେ ପରିବାର ଲୋକ କିନ୍ତୁ ଅମିନ, ଥାନା ଓ ଗ୍ରାମବାସୀଙ୍କ କଥାରେ ସହମତ ହୋଇଥିଲେ । ଭିକି ଉକ୍ତ ଜାଗାରେ ଘର କରାଇ ନ ଦେବାକୁ ଜିଦରେ ଥିଲେ। ପରିବାର ଲୋକ ଭିକିଙ୍କୁ ଏକଥାରୁ ଦୂରେଇ ରହିବାକୁ କହିଥିଲେ ମଧ୍ୟ ଭିକି କାହା କଥା ନ ଶୁଣି ଜିଦରେ ରହିଥିଲେ ବୋଲି ପୋଲିସ ସୂଚନା ଦେଇଛି। ଏହି ଜିଦ୍ ପାଇଁ ଆଜି ବେକରେ ରଶି ଲଗାଇ ଭିକି ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଆତ୍ମହତ୍ୟା ପୂର୍ବରୁ ଭିକି ଏକ ଚିଠି ମଧ୍ୟ ଲେଖିଥିଲେ । ବାପା ମୁଁ ତୁମ ଜମି ରଖିପାରିଲି ନାହିଁ ବୋଲି ଉକ୍ତ ଚିଠିରେ ଲେଖା ଅଛି। ପୋଲିସ ଏକ ଅପମୃତ୍ୟ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା