Masthead

ଯୁକ୍ତ ଦୁଇ ରେଜଲ୍ଟ, ପୁଅଙ୍କୁ ପଛରେ ପକାଇ ଆଗରେ ଝିଅ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ । ସିଏଚଏସଇ କାର୍ଯ୍ୟାଳୟରେ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାଣ୍ଡି । ଚଳିତବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୮୪.୯୩% ରହିଛି । ସେହିପରି ଯୁକ୍ତ ଦୁଇ ବାଣିଜ୍ୟରେ ପାସ୍ ହାର ୮୧.୧୨% ରହିଛି । ଏଥର ବି ପୁଅକୁ ପଛରେ ପକେଇ ଆଗରେ ଅଛନ୍ତି ଝିଅ । ଝିଅଙ୍କର ପାସ ହାର ୮୫୬୭ ପ୍ରତିଶତ ରହିଥିବା ବେଳେ ପୁଅଙ୍କର ପାସ ହାର ୮୪୨୮ ପ୍ରତିଶତ ରହିଛି । ଉଭୟ ବାଣିଜ୍ୟ ଓ ବିଜ୍ଞାନରେ ଝିଅ ଆଗରେ ଅଛନ୍ତି ।

୨୯୧ ଟି ସ୍କୁଲରେ ୧୦୦ ପ୍ରତିଶତ ପାସ ହୋଇଥିବା ବେଳେ ଦୁଇଟି ସ୍କୁଲରେ କେହି ବି ପାସ କରିନାହାନ୍ତି । ବାଣିଜ୍ୟରେ ମୋଟ ୨୪୦୮୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ମୋଟ ୧୯୫୩୬ ଜଣ ପାସ କରିଛନ୍ତି । ପାସ ହାର ୮୧.୧୨ ରହିଛି । ସେଥିମଧ୍ୟରୁ ପ୍ରଥମଶ୍ରେଣୀରେ ୭୪୧୦ ଜଣ, ଦ୍ୱତୀୟ ଶ୍ରେଣୀ ରେ ୪୫୪୩, ତୃତୀୟ ଶ୍ରେଣୀ ରେ ୭୪୯୨ ଜଣ ପାସ କରିଛନ୍ତି । ବାଣିଜ୍ୟ ରେ ୯୩.୯ ପ୍ରତିଶତ ମାର୍କ ରଖି ନୟାଗଡ ଜିଲ୍ଲା ଆଗରେ ଥିବା ବେଳେ ୫୫.୫୫ ପ୍ରତିଶତ ମାର୍କ ରଖି ବୌଦ୍ଧ ଜିଲ୍ଲା ପଛରେ ରହିଛି ।

ବିଜ୍ଞାନରେ ମୋଟ ୯୨୯୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ମୋଟ ୭୮୯୩୮ ଜଣ ପାସ କରିଛନ୍ତି । ସେଥିମଧ୍ୟରୁ ପ୍ରଥମଶ୍ରେଣୀ ରେ ୩୯୫୭୩ ଜଣ, ଦ୍ୱତୀୟ ଶ୍ରେଣୀ ରେ ୨୪୨୫୭, ତୃତୀୟ ଶ୍ରେଣୀ ରେ ୧୪୮୫୨ଜଣ ପାସ କରିଛନ୍ତି । ବିଜ୍ଞାନ ରେ ୯୬.୪୧ ପ୍ରତିଶତ ମାର୍କ ରଖି ନୟାଗଡ ଜିଲ୍ଲା ଆଗରେ ରହିଥିବା ବେଳେ ୬୧.୫୫ ପ୍ରତିଶତ ମାର୍କ ରଖି ଗଜପତି ଜିଲ୍ଲା ପଛରେ ଅଛି । ଉଭୟ ବାଣିଜ୍ୟ ଏବଂ ବିଜ୍ଞାନରେ ନୟାଗଡ଼ ଜିଲ୍ଲା ଆଗରେ । ଉଭୟ ବାଣିଜ୍ୟ ଏବଂ ବିଜ୍ଞାନରେ ଆଗରେ ଅଛନ୍ତି ଝିଅ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର