Masthead

ଆଜିଠୁ ଧ୍ୟାନରେ ବସିବେ ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜୁନ୍‌ ୧ରେ ଅନ୍ତିମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ହେବାକୁ ଥିବାବେଳେ ମେ’ ୩୦ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର କନ୍ୟାକୁମାରୀ ସ୍ଥିତ ବିବେକାନନ୍ଦ ରକ୍‌ରେ ୪୮ ଘଣ୍ଟିଆ ଧ୍ୟାନରେ ବସିବେ। ମୋଦିଙ୍କ ଏହି କାର୍ଯ୍ୟକ୍ରମ ପାଇଁ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ମୋଦି ଧ୍ୟାନସ୍ଥ ଥିବା ବେଳେ ଏହି ସମୟରେ ତାଙ୍କୁ ୨୦୦୦ର ପୁଲିସକର୍ମୀ ଜଗିବେ। ସେହିପରି ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟକ୍ରମ ସମୟରେ ବିଭିନ୍ନ ସୁରକ୍ଷା ଏଜେନ୍ସି କଡା ନଜର ରଖିବେ। ସୁରକ୍ଷା ଦୃଷ୍ଟିରୁ ଗୁରୁବାର ଠାରୁ ଶନିବାର ପର୍ୟ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସମୁଦ୍ରକୂଳ ବନ୍ଦ ରହିବ।

ଏହା ସହିତ ବ୍ୟକ୍ତିଗତ ଡଙ୍ଗାଗୁଡ଼ିକୁ ମଧ୍ୟ ଚଳାଇବାକୁ ଅନୁମତି ଦିଆଯିବ ନାହିଁ। ସେପଟେ ମୋଦିଙ୍କ ଏହି ଆଧ୍ୟାତ୍ମିକ ଯାତ୍ରାକୁ ନେଇ ବିରୋଧୀ ଟାର୍ଗେଟ୍ କରିଛନ୍ତି। ମୋଦିଙ୍କ ଧ୍ୟାନମୁଦ୍ରାର ଦୃଶ୍ୟ ଟିଭି ଚ୍ୟାନେଲଗୁଡ଼ିକରେ ଯେପରି ପ୍ରସାରଣ କରା ନ ଯିବ, ତାହା ସୁନିଶ୍ଚିତ କରିବା ପାଇଁ କଂଗ୍ରେସ ବୁଧବାର ନିର୍ବାଚନ କମିଶନ(ଇସି)ଙ୍କ ଦ୍ୱାରସ୍ଥ ହୋଇଛି। କଂଗ୍ରେସ ନେତା ରଣଦୀପ ସୂର୍ୟ୍ୟେଓ୍ୱାଲା, ଅଭିଷେକ ମନୁ ସିଂଘଭି ଓ ସୟେଦ ନାସିର ହୁସେନ୍ ଇସିଙ୍କୁ ଭେଟି ଏ ସଂକ୍ରାନ୍ତରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଏଥିରେ ଗତ କିଛିଦିନ ମଧ୍ୟରେ ବିଜେପି ପକ୍ଷରୁ ୨୭ଥର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ମୋଦିଙ୍କ ବାରାଣସୀ ସଂସଦୀୟ ଆସନରେ ଭୋଟ ଗ୍ରହଣର ଦିନକ ପୂର୍ବରୁ କନ୍ୟାକୁମାରୀର ଧ୍ୟାନ ମଣ୍ଡପରେ ଧ୍ୟାନ କାର୍ୟ୍ୟକ୍ରମ ସାଇଲେନ୍ସ ପିରିୟଡ୍ର ଖୋଲା ଉଲ୍ଲଂଘନ ବୋଲି କଂଗ୍ରେସ କହିଛି। ସେହିପରି ମୋଦିଙ୍କ ଧ୍ୟାନ ବେଳର ଦୃଶ୍ୟ ଟିଭିରେ ଦେଖାଇଲେ, ତୃଣମୂଳ କଂଗ୍ରେସ ମଧ୍ୟ ଇସିଙ୍କ ନିକଟରେ ଅଭିଯୋଗ କରିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି