ବିରୋଧୀଙ୍କ ଗାଳି ଖାଇଲେ ବି ମୁଁ ଆପଣଙ୍କ ପାଇଁ କାମ କରିବି: ପ୍ରଧାନମନ୍ତ୍ରୀ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ବିଜେପି ସରକାର ହେବ, ସବୁ ସୁବିଧା ମିଳିବ ବୋଲି ନବରଙ୍ଗପୁର ଚିକିଲିରୁ ଜନସମାବେଶରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବ୍ରହ୍ମପୁର ପରେ ନବରଙ୍ଗପୁରରେ ମଧ୍ୟ ବିଜେପି ସରକାର ଗଢିବା ନେଇ ଦୃଢୋକ୍ତି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି ଛତିଶଗଡ଼ରେ ବିଜେପି ସରକାର ଧାନ ୩୧ଶହ ଟଙ୍କା ଦେଉଛନ୍ତି । ଏଠାରେ ଓଡ଼ିଶାରେ ଧାନ ୨୧ଶହ ଟଙ୍କାରେ କିଣାଯାଉଛି । ବିଜେପି ସରକାର ଆସିଲେ ଧାନ ୩୧ଶହ ଟଙ୍କାରେ କିଣାଯିବ ।

ଏଠାକାର ଯୁବକଙ୍କୁ ରୋଜଗାର ପାଇଁ ବାହାରକୁ ଯିବାକୁ ପଡ଼ୁଛି । ସେ ଆହୁରି ମଧ୍ୟ କହିଛନ୍ତି ବିଜେଡି ୨୫ ବର୍ଷ ଭିତରେ ଆପଣଙ୍କ ଅସୁବିଧା ଦୂର କରିନି । ଯିଏ ଆପଣଙ୍କ ପାଇଁ କିଛି କରିନି, ସେ କାହିଁକି ରହିବ । ମୋଦିର ଗ୍ୟାରେଣ୍ଟି, ୫ ବର୍ଷରେ ଓଡ଼ିଶାକୁ ନମ୍ବର ୱାନ୍‌ କରିବୁ । ଓଡ଼ିଶାର ବିକାଶ ନିଶ୍ଚିତ ଭାବେ ହେବ, ଏହା ମୋଦିର ଗ୍ୟାରେଣ୍ଟି । ବିରୋଧୀଙ୍କ ଗାଳି ଖାଇଲେ ବି ମୁଁ ଆପଣଙ୍କ ପାଇଁ କାମ କରିବି । ଗରିବଙ୍କ ପଇସା କେହି ଲୁଟି ପାରିବେନି, ସିଧା ଖାତାକୁ ଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଓଡିଶାକୁ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ମିଳିବ । ଓଡିଶାର ପୁଅ କିମ୍ବା ଓଡିଶାର ଝିଅ ମୁଖ୍ୟମନ୍ତ୍ରୀ ହେବ, କେହି ବାହାର ଲୋକ ହେବନି । ଯିଏ ଓଡିଶାର ମାଟିକୁ ମଥାରେ ଲଗେଇ ବୁଲିବ, ତାକୁ ବିଜେପି ନିଜର ପ୍ରଥମ ମୁଖ୍ୟମନ୍ତ୍ରୀ ବନେଇବ ବୋଲି ମୋଦି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ