Masthead

ବିଧାନସଭାରେ ଆତ୍ମହତ୍ୟା ଧମକ

ଭୁବନେଶ୍ୱର(ବଡ ଖବର ବ୍ୟୁରୋ):ଗୃହରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଧମକ । ମଣ୍ଡିରୁ ଧାନ ଉଠାଇବା ନେଇ ଗୃହରେ ବିଜେପି ସଦସ୍ୟମାନେ ହୋହାଲ୍ଲା କରିଛନ୍ତି । ଧାନ ତୁରନ୍ତ ଉଠାଇବା ପାଇଁ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ ଆତ୍ମହତ୍ୟା ଧମକ ଦେଇଛନ୍ତି । ବିଜେପିର ଅନ୍ୟ ସଦସ୍ୟମାନେ ମଧ୍ୟ ଗୃହରେ ପ୍ରତିବାଦ କରିଛନ୍ତି । ଦୀର୍ଘ ଦିନ ଧରି ମଣ୍ଡିରେ ଧାନ ପଡିରହିଛି, ଯାହାଫଳରେ ଚାଷୀ ମାନେ ହନ୍ତସନ୍ତ ହେଉଛନ୍ତି ।

ସେହିପରି ଶୂନ୍ୟକାଳରେ ଗୃହରେ ଧାନ କିଣା ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କଂଗ୍ରେସର ଅନ୍ୟ ବିଧାୟକ ମାନେ ମଧ୍ୟ ପ୍ରତିବାଦ କରି ଧାରଣା ଦେଇଛନ୍ତି । ଏହି କାରଣରୁ ଶୂନ୍ୟକାଳ ଚାଲି ପାରିଲା ନାହିଁ । ବର୍ତ୍ତମାନ ରାଜ୍ୟର ସବୁଠୁ ବଡ ସମସ୍ୟା ରହିଛି ଧାନ କିଣା । ସରକାର ପଞ୍ଜିକରଣ ଚାଷୀଙ୍କ ଠାରୁ ଧାନ କିଣିବାକୁ ବାଧ୍ୟ । ଚାଷୀମାନଙ୍କୁ ଅଭାବୀ ବିକ୍ରି କରିବାକୁ ସରକାର ବାଧ୍ୟ କରୁଛନ୍ତି । ତୁରନ୍ତ ବିଭାଗୀୟ ମନ୍ତ୍ରୀ ଏବଂ ସଦସ୍ୟଙ୍କୁ ଡାକି ଏ ସଂପର୍କରେ ଆଲୋଚନା କରାଯାଉ । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏଭଳି ଦାବି ରଖିଛନ୍ତି ବାଚସ୍ପତିଙ୍କ ନିକଟରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା