Masthead

ଆତଙ୍କୀ କବଳରେ ଓଡ଼ିଆ ପୁଅ

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ): ଆତଙ୍କୀ କବଳରେ ଓଡ଼ିଆ ପୁଅ। ପୁଅକୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ଗୁହାରିକଲେ ଅସହାୟ ବାପା-ମାଆ। ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ଅଞ୍ଚଳରେ। ସୂଚନା ଅନୁଯାୟୀ ତିର୍ତ୍ତୋଲ ଥାନା କୋଟକଣା ଗ୍ରାମର ଆଦର୍ଶ ବେହେରା ୨୦୨୨ ମସିହାରେ ପରିବାର ପ୍ରତିପୋଷଣ କରିବାପାଇଁ ସୁଦୂର ଆଫ୍ରିକାର ସୁଦାନକୁ ଯାଇଥିଲେ।

ସେଠି ସାତ ଆଠ ମାସ ଭଲରେ ରହିବା ପରେ ସେଠାରେ ଆରମ୍ଭ ହୋଇଥିଲା ଗୃହ ଯୁଦ୍ଧ। ସେଠାକାର ସରକାରଙ୍କ ସହ ସରକାର ବିରୋଧୀ ଆରଏସଏଫ ଆତଙ୍କୀ ସଂଗଠନ ଆରମ୍ଭ ହୋଇଥିଲା ଘମାଘୋଟ ଯୁଦ୍ଧ। ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ଦୁଇବର୍ଷ ଏହି ଯୁଧ୍ୟ ଲାଗି ରହିଥିଲା। ତାରି ଭିତରେ ଦୀର୍ଘ ଦିନ ଭୋକ ଉପବାସରେ ଦିନ କାଟିବାକୁ ବାଧ୍ୟ ହୋଇଥିଲେ। ତେବେ ସେ ସମୟରେ ସେଠାରୁ ତାଙ୍କୁ ଉଦ୍ଧାର କରିବା ପାଇଁ ଏକ ଭିଡିଓ ମାଧ୍ୟମରେ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ ସୁଦ୍ଧା କିଛି ସୁଫଳ ମିଳିନଥିଲା।

ଏହି କିଛିଦିନ ହେବ ଯୁଦ୍ଧ କରି ସୁଦନାକୁ ନିଜ କବଜାରେ ନେଇଛି ଆରଏସଏଫ। ଆଉ ତାରି ଭିତରେ ସେଠାରେ ଜଣେ ମାତ୍ର ଭାରତୀୟ ଭାବେ କାର୍ଯ୍ୟ କରୁଥିବା ଆଦର୍ଶ ବେହେରାକୁ ଅପହରଣ କରାଯାଇ ଏକ ଜଙ୍ଗଲରେ ରଖାଯାଇଛି। ଯାହାର ଏକ ଭିଡିଓ ପରିବାର ଲୋକଙ୍କ ପାଖରେ ପହଂଚିବା ପରେ ଭୟଭୀତ ଅବସ୍ଥାରେ ପରିବାର ଲୋକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ