Masthead

କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାରୀ

ଫୁଲବାଣୀ (ବଡ ଖବର ବ୍ୟୁରୋ):ଦୁଇ ଦିନିଆ କନ୍ଧମାଳ ଗ୍ରସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧକ୍ଷା ସନ୍ଧ୍ୟାବତୀ ପ୍ରଧାନ । କୌଣସି ପରିସ୍ଥିତିରେ ଶିଶୁ ମାନଙ୍କ ଉପରେ ଅତ୍ୟାଚାର କିମ୍ବା ଅବହେଳା ସହ୍ୟ କରାଯିବ ନାହିଁ । ଯଦି ଏଭଳି କୌଣସି ବି ଖବର ସାମ୍ନାକୁ ଆସେ ତେବେ ତା ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିଶୁ ସୁରକ୍ଷା ଅଧ୍ୟକ୍ଷା ସନ୍ଧ୍ୟାବତୀ କହିଛନ୍ତି । ଦୁଇଦିନ ଧରି କନ୍ଧମାଳ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ପରିଦର୍ଶନ କରିବେ ଶିଶୁ ସୁରକ୍ଷା ଅଧ୍ୟକ୍ଷା । ତା ସହ କିଭଳି ଭାବେ ଅଙ୍ଗନବାଡିର ସବୁ ଉନ୍ନତି ହୋଇପାରିବ ଏହି ସବୁ ଉପରେ ତଦାରଖ କରିବେ ସନ୍ଧ୍ୟାବତୀ ।

ପିଲାମାନଙ୍କର ଯେଉଁ ଅଧିକାର ରହିଛି, ସେମାନଙ୍କ ସୁରକ୍ଷାକୁ ନଜରରେ ରଖି ଯେଉଁ ଦାୟିତ୍ୱ ରହିଛି, ତାହା କିପରି ସଠିକ ଭାବରେ କାର୍ଯ୍ୟକାରୀ ହୋଇପାରିବ ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ପରିପ୍ରେକ୍ଷୀରେ ଜନଶୁଣାଣି ମଧ୍ୟ କରାଯାଇଥିଲା । ଏହି ଶୁଣାଣିରେ ଯେଉଁ ଅନାଥ ପିଲାମାନେ ରହିଛନ୍ତି ସେମାନଙ୍କୁ ଯେପରି ସୁବିଧା ସୁଯୋଗ ମିଳିପାରିବ ଓ ସେମାନେ କିଭଳି ଭାବରେ ଶିକ୍ଷା କ୍ଷେତ୍ରରେ ଆଗକୁ ଯାଇପାରିବେ ଏହି ସବୁ ଉପରେ ଦୃଷ୍ଟି ରଖିବାକୁ ପରାମର୍ଶ ଦିଇଥିଲେ । ଶିଶୁ ସୁରକ୍ଷା ଉପରେ କାମ କରୁଥୁବା ଅଧିକାରୀମାନେ ଯଦି ସେମାନଙ୍କ କାମ ସଠିକ ଭାବରେ ନତୁଲେଇବେ ତେବେ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଓଡିଶା ଶିଶୁ ସୁରକ୍ଷା ଅଧିକାରର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ