କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାରୀ

ଫୁଲବାଣୀ (ବଡ ଖବର ବ୍ୟୁରୋ):ଦୁଇ ଦିନିଆ କନ୍ଧମାଳ ଗ୍ରସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧକ୍ଷା ସନ୍ଧ୍ୟାବତୀ ପ୍ରଧାନ । କୌଣସି ପରିସ୍ଥିତିରେ ଶିଶୁ ମାନଙ୍କ ଉପରେ ଅତ୍ୟାଚାର କିମ୍ବା ଅବହେଳା ସହ୍ୟ କରାଯିବ ନାହିଁ । ଯଦି ଏଭଳି କୌଣସି ବି ଖବର ସାମ୍ନାକୁ ଆସେ ତେବେ ତା ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିଶୁ ସୁରକ୍ଷା ଅଧ୍ୟକ୍ଷା ସନ୍ଧ୍ୟାବତୀ କହିଛନ୍ତି । ଦୁଇଦିନ ଧରି କନ୍ଧମାଳ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ପରିଦର୍ଶନ କରିବେ ଶିଶୁ ସୁରକ୍ଷା ଅଧ୍ୟକ୍ଷା । ତା ସହ କିଭଳି ଭାବେ ଅଙ୍ଗନବାଡିର ସବୁ ଉନ୍ନତି ହୋଇପାରିବ ଏହି ସବୁ ଉପରେ ତଦାରଖ କରିବେ ସନ୍ଧ୍ୟାବତୀ ।

ପିଲାମାନଙ୍କର ଯେଉଁ ଅଧିକାର ରହିଛି, ସେମାନଙ୍କ ସୁରକ୍ଷାକୁ ନଜରରେ ରଖି ଯେଉଁ ଦାୟିତ୍ୱ ରହିଛି, ତାହା କିପରି ସଠିକ ଭାବରେ କାର୍ଯ୍ୟକାରୀ ହୋଇପାରିବ ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ପରିପ୍ରେକ୍ଷୀରେ ଜନଶୁଣାଣି ମଧ୍ୟ କରାଯାଇଥିଲା । ଏହି ଶୁଣାଣିରେ ଯେଉଁ ଅନାଥ ପିଲାମାନେ ରହିଛନ୍ତି ସେମାନଙ୍କୁ ଯେପରି ସୁବିଧା ସୁଯୋଗ ମିଳିପାରିବ ଓ ସେମାନେ କିଭଳି ଭାବରେ ଶିକ୍ଷା କ୍ଷେତ୍ରରେ ଆଗକୁ ଯାଇପାରିବେ ଏହି ସବୁ ଉପରେ ଦୃଷ୍ଟି ରଖିବାକୁ ପରାମର୍ଶ ଦିଇଥିଲେ । ଶିଶୁ ସୁରକ୍ଷା ଉପରେ କାମ କରୁଥୁବା ଅଧିକାରୀମାନେ ଯଦି ସେମାନଙ୍କ କାମ ସଠିକ ଭାବରେ ନତୁଲେଇବେ ତେବେ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଓଡିଶା ଶିଶୁ ସୁରକ୍ଷା ଅଧିକାରର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ