Masthead

ମୋତେ କଟକ ନିଅ, କଷ୍ଟ ସହି ହେଉନି

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ମୁତ୍ୟୁ ସହ ଲଢେଇ କରୁଛି ଘରର ଏକ ମାତ୍ର ରୋଜଗାରିଆ ପୁଅ । ୫ ପ୍ରାଣୀ କୁଟମ୍ବ । ପରଘରୁ ମୁଠେ ଚାଉଳ ମାଗି ଆଣିଲେ ପେଟକୁ ଯାଏ ଭାତ । ମୋତେ କଟକ ନିଅ, ଆମ୍ବୁଲାସ୍ ଆଣ ଆଉ କଷ୍ଟ ସହି ହେଉନି , ମୋ ପିଲା ଘର ସଂସାର କେମିତି ଚଳିବ, ରୋଗ ଶର୍ଯ୍ୟାରେ ପଡି ଥରଥର କଣ୍ଠରେ ଏମିତି କହୁଥିବା ଏହି ବ୍ୟକ୍ତି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କୁହିକା ପଂଚାୟତ ଗନ୍ଧାପାଳ ଗାଁ ର ମୂଷା ବାରିକ । ଦୀର୍ଘ ୩ ବର୍ଷ ତଳୁ ପାରାଲିସେସ୍ ଆକ୍ରାନ୍ତ ହୋଇ ରୋଗ ଶର୍ଯ୍ୟାରେ ପଡରହିଛନ୍ତିି । ଦୀର୍ଘ ଦିନ ଧରି ମୂଷା ରୋଗରେ ପଡି ରହିଥିବା ବେଳେ ଦେହ ଓ ମୁହଁସାରା ଘାଆ ହୋଇଯାଇଛି । ପରିବାର ପକ୍ଷରୁ ମୂଷାଙ୍କ ଚିକିତ୍ସା କରିବା ପାଇଁ ଅର୍ଥ ନାହିଁ ।

ସରକାରୀ ସହାୟତା କହିଲେ କେବଳ ୨୫ କେଜି ଚାଉଳ । ପରିବାର ପ୍ରତି ପଷୋଣ କରିବାରେ ଏହା ସମ୍ଭବ ହେଉନହିଁ । ସ୍ତ୍ରୀଙ୍କ ମୁଣ୍ଡରେ ପରିବାର ଚଳାଇବା ଚିନ୍ତା । ରାତି ପାଇଲେ ପିଲାଙ୍କ ପେଟକୁ ମୁଠେ ଦାନା ଓ ସ୍ୱାମୀଙ୍କ ଚିକିତ୍ସା ପାଇଁ ଅର୍ଥ ରୋଜଗାର କରିବାକୁ କର୍ମ କ୍ଷେତ୍ର ରେ ବାହରି ପଡନ୍ତି । ରହିବା ପାଇଁ ଘର ଖଣ୍ଡେ ନାହିଁ । ଘର ଭିତର କାନ୍ଥ ଭୁଶୁଡି ଯାଇଛି । ଏଭଳି ପରିସ୍ଥିତିରେ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ସହ ମୂଷାଙ୍କ ଚିକିତ୍ସା ପାଇଁ ସରକାର ସହାର୍ଯ୍ୟ ଦରକାର ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି । ସ୍ଥାନୀୟ ସରପଞ୍ଚ ସୌଭାଶିନ ନାଏକ ମୂଷାଙ୍କ ଚିକିତ୍ସା ଦିଗରେ ଯାହା ସାହଯ୍ୟ କରିବା କଥା ଆମେ ଚେଷ୍ଟା କରୁଛୁ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..