Masthead

ବଢୁଛି ଏଭରେଷ୍ଟର ଉଚ୍ଚତା

କାଠମାଣ୍ଡୁ(ବଡ଼ ଖବର ବ୍ୟୁରୋ): ବଢିଛି ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟର ଉଚ୍ଚତା । ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ୦.୮୬ ମିଟର ବୃଦ୍ଧି ପାଇଥିବା ଜଣାପଡିଛି । ଚୀନ ଏବଂ ନେପାଳ ପକ୍ଷରୁ ଏଭରେଷ୍ଟର ଉଚ୍ଚତା ବୃଦ୍ଧି ନେଇ ଘୋଷଣା କରିଛନ୍ତି । ପୂର୍ବରୁ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ୮ ହଜାର ୮୪୮ ମିଟର ଥିବାବେଳେ ଏବେ ଏହାର ଉଚ୍ଚତା ରହିଛି ୮ ହଜାର ୮୪୮.୮୬ ମିଟର । ନୂଆ ଉଚ୍ଚତା ସମ୍ପର୍କରେ ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗୟାୱାଲି ଘୋଷଣା କରିଛନ୍ତି । ଏହି ସମୟରେ ତାଙ୍କ ସହ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟି, ଭିଡିଓ କନଫରେନ୍ସିରେ ଉପସ୍ଥିତ ଥିଲେ । ୨୦୦୫ ମସିହାରେ ଚୀନ ଏଭରେଷ୍ଟର ଉଚ୍ଚତା ମାପିଥିଲା । ସେତେବେଳେ ଏହା ୮ ହଜାର ୮୮୪.୪୩ ମିଟର ଥିଲା । ଏହାପରେ ୨୦୧୭ରେ ନେପାଳ ପୁଣିଥରେ ଏଭରେଷ୍ଟର ଉଚ୍ଚତା ମାପିଥିଲା । ଗତବର୍ଷ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନେପାଳ ଗସ୍ତ ବେଳେ ପୁଣିଥରେ ଏଭରେଷ୍ଟର ଉଚ୍ଚତା ମାପିବା ପାଇଁ ଦୁଇ ଦେଶ ଘୋଷଣା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ