Masthead

ପାଣିପାଇଁ ଡହଳ ବିକଳ ଗ୍ରାମବାସୀ

ହେମଗିର (ବଡ଼ ଖବର ବ୍ୟୁରୋ): ସରକାର ଲୋକଙ୍କ ଜୀବନଶୈଳୀକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲା ହେମଗିର ଅଞ୍ଚଳରେ ଲୋକଙ୍କୁ ମୈାଳିକ ସୁବିଧା ସୁଯୋଗ ମିଳୁ ନ ଥିବା ଅଭିଯୋଗ ହେଉଛି। ହେମଗିର ବ୍ଲକ କୁଚେଡେଗା ପଞ୍ଚାୟତ ପଡିଆଁପାଳି ଗ୍ରାମରେ ଦେଖାଦେଇଛି ଜଳ ସଙ୍କଟ। ଗ୍ରାମରେ ୬୫ ପରିବାର ରହୁଥିବା ବେଳେ ଜନସଂଖ୍ୟ ୨୯୫ । ଦେଖିବାକୁ ଗଲେ ଏମାନଙ୍କ ପାଇଁ ପିଇବା ପାଣିର ସେତେଟା ସୁବିଧା ନାହିଁ। ଗ୍ରାମରେ ୬୫ ପରିବାର ପାଇଁ ଅଛି ମାତ୍ର ୪ଟି ନଳକୂପ । ସେ ମଧ୍ୟରୁ କିଛି ଅଚଳ ଥିବା ବେଳେ ଆଉ କିଛି ନଳକୂପରୁ ନାଲିରଙ୍ଗର ପାଣି ବାହାରୁଛି । ଫଳରେ ପାଣି ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ। କିନ୍ତୁ ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ଲୋକେ ଏହି ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।

ଅଞ୍ଚଳରେ ସୌରଶକ୍ତି ସାହାଯ୍ୟରେ ଜଳ ଯୋଗଣ ବ୍ୟବସ୍ଥା କରାଯାଇଥିବା ବେଳେ ତାହା ବି ଅଚଳ । ଏହାକୁ ପ୍ରଶାସନ ମରାମତି କରୁ ନ ଥିବାରୁ ଲୋକେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି। ନିର୍ବାଚନ ସମୟରେ ତୁହାକୁ ତୁହା ନେତାଙ୍କ ସୁଅ ଛୁଟୁଥିବା ବେଳେ ନିର୍ବାଚନ ପରେ ଏମାନଙ୍କ ସମସ୍ୟା କିଏ ବୁଝିବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଞ୍ଚଳରେ ଲାଗି ରହିଥିବା ପାଣି ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!