Masthead

ପାଣିପାଇଁ ଡହଳ ବିକଳ ଗ୍ରାମବାସୀ

ହେମଗିର (ବଡ଼ ଖବର ବ୍ୟୁରୋ): ସରକାର ଲୋକଙ୍କ ଜୀବନଶୈଳୀକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲା ହେମଗିର ଅଞ୍ଚଳରେ ଲୋକଙ୍କୁ ମୈାଳିକ ସୁବିଧା ସୁଯୋଗ ମିଳୁ ନ ଥିବା ଅଭିଯୋଗ ହେଉଛି। ହେମଗିର ବ୍ଲକ କୁଚେଡେଗା ପଞ୍ଚାୟତ ପଡିଆଁପାଳି ଗ୍ରାମରେ ଦେଖାଦେଇଛି ଜଳ ସଙ୍କଟ। ଗ୍ରାମରେ ୬୫ ପରିବାର ରହୁଥିବା ବେଳେ ଜନସଂଖ୍ୟ ୨୯୫ । ଦେଖିବାକୁ ଗଲେ ଏମାନଙ୍କ ପାଇଁ ପିଇବା ପାଣିର ସେତେଟା ସୁବିଧା ନାହିଁ। ଗ୍ରାମରେ ୬୫ ପରିବାର ପାଇଁ ଅଛି ମାତ୍ର ୪ଟି ନଳକୂପ । ସେ ମଧ୍ୟରୁ କିଛି ଅଚଳ ଥିବା ବେଳେ ଆଉ କିଛି ନଳକୂପରୁ ନାଲିରଙ୍ଗର ପାଣି ବାହାରୁଛି । ଫଳରେ ପାଣି ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ। କିନ୍ତୁ ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ଲୋକେ ଏହି ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।

ଅଞ୍ଚଳରେ ସୌରଶକ୍ତି ସାହାଯ୍ୟରେ ଜଳ ଯୋଗଣ ବ୍ୟବସ୍ଥା କରାଯାଇଥିବା ବେଳେ ତାହା ବି ଅଚଳ । ଏହାକୁ ପ୍ରଶାସନ ମରାମତି କରୁ ନ ଥିବାରୁ ଲୋକେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି। ନିର୍ବାଚନ ସମୟରେ ତୁହାକୁ ତୁହା ନେତାଙ୍କ ସୁଅ ଛୁଟୁଥିବା ବେଳେ ନିର୍ବାଚନ ପରେ ଏମାନଙ୍କ ସମସ୍ୟା କିଏ ବୁଝିବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଞ୍ଚଳରେ ଲାଗି ରହିଥିବା ପାଣି ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର