Masthead

ଲୁଟିନେଲେ ଲୁହାପଥର ବୋଝେଇ ଗାଡ଼ି

ଲହୁଣୀପଡା (ବଡ଼ ଖବର ବ୍ୟୁରୋ): ଲୁହା ପଥର ବୋଝେଇ ଟ୍ରକ ଲୁଟ୍ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି । କୋଇଡ଼ା ଏସ୍ ଲାଲ୍ ମାଇନିଂରୁ ଗାଡି ନଂ ଓଡ଼ି୧୬ଏଫ୮୬୭୦ର ଚାଳକ ମନସୁର ଆଲମ ଲୁହାପଥର ବୋଝେଇ କରି ଝାରସୁଗୁଡ଼ାର ଏସଏନସି ପ୍ଲାଣ୍ଟ ଅଭିମୁଖେ ଯିବା ସମୟରେ କାଲଟା ଛକରେ ତିନିଜଣ ଯୁବକ ଲିଫ୍ଟ ମାଗି ଗାଡିରେ ବସିଥିଲେ। ୨୧୫ନଂ ଜାତୀୟ ରାଜପଥର ଶଗଡିଆ ପୋଷ ନିକଟରେ ଚାଳକକୁ ମାଡ଼ ମାରି ଲୁହାପଥର ବୋଝେଇ ଟ୍ରକ ଧରି ଫେରାର ହେବା ସହ ଟଙ୍କା ଓ ମୋବାଇଲ୍ ନେଇ ଯାଇଥିଲେ।

ଗାଡି ମାଲିକ ଲହୁଣୀପଡା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଲମସି ନିକଟରେ ଗାଡ଼ି ସମେତ ତିନିଜଣଙ୍କୁ କାବୁ କରିଥିଲା । ପୋଲିସ ତଦନ୍ତରେ ଚୋରି ଲୁହାପଥରକୁ ବଣାଇର ଶିବ ମେଟାଲିକ୍ରେ ବିକ୍ରି କରିଥିଲେ। ପୋଲିସ ଆଇରନକୁ ଜବତ କରିବା ସହ ଶିବ ମେଟାଲିକର ମ୍ୟାନେଜର ଉପେନ୍ଦ୍ର ଉପାଧ୍ୟାୟ ଏବଂ ମୁଖ୍ୟ ଅଭିଯୁକ୍ତ ଗୁରୁଦେବ ଗୁପ୍ତା, ବ୍ରଜ ସାହୁ ଓ ରାହୁଲ ମାହାନ୍ତକୁ ଗିରଫ୍ କରି କୋର୍ଟ ଚାଲାଣ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା