Before Header

ଭୁଶୁଡିଲା ବିଜୁ ସେତୁ, ଜଣେ ମୃତ ୩ ଗୁରୁତର

0 60

ଉମରକୋଟ(ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଉମରକୋଟ ନିକଟସ୍ଥ ତାଳା ପଦରରେ ବିଜୁ ସେତୁ ଭୁଶୁଡି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ୭ ଜଣ ଆହାତ ହୋଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି । ମୃତକ ଜଣକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକର ମହେନ୍ଦ୍ର ମାଳୀ ବୋଲି ଜଣାପଡ଼ିଛି ।ପୋଲ କାର୍ଯ୍ୟ ଚାଲୁଥିବା ସମୟରେ ସ୍ଲାପ ଭୁଶୁଡ଼ି ପଡିଥିଲା । ଏହି ପୋଲ ଉମରକୋଟ ବ୍ଲକ ବଡକୁମାରି ପଂଚାୟତ ର ତାଲାପଦର ଗ୍ରାମ ନିକଟରେ ଦୀର୍ଘ ଚାରି ବର୍ଷ ହେଲା ନିର୍ମାଣ ଚାଲିଥିଲା । ସମସ୍ତ ଆହତ ଓ ଗୁରୁତରଙ୍କୁ ଉମରକୋଟ ଡାକ୍ତରଖାନାରେ ଭର୍ତି କରାଯାଇଛି । ।ଆହତ ସମସ୍ତେ ପୁରୀ ଜିଲ୍ଲା ର ବୋଲି ଜଣା ପଡ଼ିଛି ।

 

Leave A Reply

Your email address will not be published.