Masthead

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସର୍ବଦଳୀୟ ବୈଠକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରିଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସର୍ବଦଳୀୟ ବୈଠକ । ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ସମସ୍ତ ସ୍ୱୀକୃତି ପ୍ରାପ୍ତ ରାଜନୈତିକଦଳର ପ୍ରତିନିଧିମାନଙ୍କ ସହିତ ସର୍ବଦଳୀୟ ବୈଠକ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଆୟୋଜିତ ହୋଇଯାଇଛି । ଚଳିତ ମାସ ୨୮ ଓ ୨୯ ତାରିଖ ଏବଂ ଡିସେମ୍ବର ୫ ଓ ୬ ତାରିଖରେ ଭୋଟର ତାଲିକା ସଂଶୋଧନ ନିମନ୍ତେ ‘ସ୍ୱତନ୍ତ୍ର ଅଭିଯାନ ଦିବସ’ ଆୟୋଜନ କରାଯିବ । ଏହି ଦିବସ ଗୁଡ଼ିକରେ ପ୍ରତ୍ୟେକ ରାଜନୈତିକ ଦଳ ବୁଥସ୍ତରରେ ଜଣେ ଲେଖାଏଁ ଏଜେଣ୍ଟ ନିଯୁ୍କ୍ତି କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ବୁଥସ୍ତରୀୟ ଏଜେଣ୍ଟମାନେ ବିଏଲଏଙ୍କ ଠାରୁ ଭୋଟର ତାଲିକା ସଂଶୋଧନ ନିମନ୍ତେ ବିଭିନ୍ନ ଫର୍ମ ଯଥା ତାଲିକାରେ ସଂଯୋଗୀକରଣ ନିମନ୍ତେ ଫର୍ମ ନମ୍ବର-୮, ତାଲିକାରୁ ନାମ ବାଦ ନିମନ୍ତେ ଫର୍ମ ନମ୍ବର-୭ ଏବଂ ତାଲିକାରେ କୌଣସି ତ୍ରୁଟି ଥିଲେ ଫର୍ମ ନମ୍ବର-୮ ନେଇ ଭୋଟରମାନଙ୍କୁ ଦେବେ । ଏହାସହିତ ଫର୍ମ ପୂରଣ ସହାୟତା କରିବା ସହ ଫର୍ମରେ ଭୋଟରଙ୍କ ଦସ୍ତଖତ ନେଇ ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ଦାଖଲ କରିବେ । ବିଏଲଏମାନେ ଗୋଟିଏ ଦିନରେ ସର୍ବାଧିକ ୧୦ଜଣ ଭୋଟରଙ୍କୁ ଫର୍ମ ଦେଇପାରିବେ । ଭୋଟର ତାଲିକା ସଂଶୋଧନ ସମୟସୀମା ମଧ୍ୟରେ ସର୍ବାଧିକ ୩୦ଜଣଙ୍କ ଫର୍ମ ଦାଖଲ କରିପାରିବେ ।

ଗୋଟିଏ ପରିବାରର ଭୋଟରଙ୍କ ନାମ ଏକ ନିର୍ଦ୍ଦିଷ୍ଟ ଭୋଟ ଗ୍ରହଣ କେନ୍ଦ୍ରରେ ରହିବା କଥା, ଯଦି ଏଥିରେ କୌଣସି ବ୍ୟତିକ୍ରମ ଥାଏ କିମ୍ବା କୌଣସି ପରିବାରର ଭୋଟରଙ୍କ ନାମ ନିର୍ଦ୍ଦିଷ୍ଟ ବୁଥ ପରିବର୍ତ୍ତେ ନିକଟସ୍ଥ ଅନ୍ୟ ବୁଥରେ ଥାଏ, ଚିଠା ଭୋଟର ତାଲିକା ଯାଞ୍ଚ ପରେ ଏପରି ତ୍ରୃଟି ଥିଲେ ତୁରନ୍ତ ବିଏଲଏମାନଙ୍କ ମାଧ୍ୟମରେ ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧୀକାରୀଙ୍କୁୂ ଜଣାଇଲେ, ଏହାର ସମାଧାନ ହୋଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ