Masthead

ମହାବାତ୍ୟାକୁ ୨୧ ବର୍ଷ, ବଦଳିଛି ଭୂଗୋଳ ରହିଯାଇଛି ଇତିହାସ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ୧୯୯୯ ଅକ୍ଟୋବର ୨୯ । ଓଡ଼ିଶା ଇତିହାସରେ ଅଭୁଲା ଦିନ । ସମୁଦ୍ରର ଗର୍ଜନ, ବର୍ଷାର ପ୍ରକୋପ ଆଉ ପବନର ତାଣ୍ଡବ । ଚାହୁଁ ଚାହୁଁ ଭପୁଡ଼ି ପଡ଼ିଥିଲା ମହାଦୃମ । ଆଖି ଆଗରେ ଭୁଷୁଡ଼ି ପଡ଼ିଥିଲା ଘର, ଆଉ ଭାସିଯାଇଥିଲେ ଆତ୍ମୀୟ ସ୍ୱଜନ । ମହାବାତ୍ୟା ଓଡ଼ିଶାକୁ ଧ୍ୱସଂ ବିଧ୍ୱସଂ କରିଥିଲା । ବଦଳି ଯାଇଥିଲା ଓଡ଼ିଶାର ନକ୍ସା । ଆଜି ବି ସେ ଲୋମହର୍ଷକ ମହାବାତ୍ୟା କଥା ମନେ ପଡ଼ିଲେ ଦେହ ଶିତେଇ ଉଠୁଛି । ଚାଲି ଯାଇଛି ଦିନ, ରହି ଯାଇଛି ଚିହ୍ନ । ପ୍ରଳୟଙ୍କାରୀ ମହାବାତ୍ୟାକୁ ପୁରିଛି ୨୧ ବର୍ଷ ।


ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷତି କରିଥିଲା ପ୍ରଳୟଙ୍କାରୀ ମହାବାତ୍ୟା । ଜଗତସିଂହପୁର ଜିଲ୍ଲାର ଏରସମାରେ ସବୁଠୁ ଅଧିକ କ୍ଷତି ହୋଇଥିଲା । ଗଭୀର ସମୁଦ୍ରକୁ ଭାସି ଯାଇଥିଲେ ଶହ ଶହ ଲୋକ । ପଡି ରହିଥିଲା କୁଢ଼ କୁଢ଼ ଶବ । ପୁରୀ ଜିଲ୍ଲା ଅସ୍ତରଙ୍ଗରେ ମହାବାତ୍ୟା ପ୍ରଭାବ ପଡ଼ିଥିଲା । ମହାବାତ୍ୟାକୁ ଅଙ୍ଗେ ନିଭେଇଥିବା କଳ୍ପନା ବେହେରା ‘ବଡ଼ ଖବର’ କ୍ୟାମେରା ଆଗରେ ପ୍ରଳୟଙ୍କାରୀ ସମୟର କଥାକୁ ବଖାଣିଥିଲେ ।

ଅସ୍ତରଙ୍ଗ ବ୍ଲକ ଝାଡ଼ଲିଙ୍ଗ ପଞ୍ଚାୟତ ମଧୁପୁର ଗାଁର କଳ୍ପନା ବେହେରା । ବାତ୍ୟାରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଥିଲା । ଅଳସୁଆମୋଟହଣା ଗାଁରେ ରହୁଥିଲେ ତାଙ୍କ ପରିବାର । ମହାବାତ୍ୟାର ପ୍ରଭାବ ବଢ଼ିବା ପରେ ଡଙ୍ଗାରେ ବସି ସେହି ସ୍ଥାନ ଛାଡି ଚାଲିଯିବାକୁ କହିଥିଲେ । ସ୍ୱାମୀ, ପୁଅ, ଝିଅ ଓ ଶ୍ୱଶୁର ଡଙ୍ଗାରେ ତାଙ୍କୁ ଛାଡିଯାଇଥିଲେ । କଳ୍ପନାଙ୍କ ଭାଇ ଗଛ ଉପରେ ରହିଥିବାବେଳେ ତାଙ୍କ ଦେହରେ ସାପ ଚଢ଼ିଯାଇଥିଲା । ଅତୀତକୁ ମନେ ପକାଇ କାନ୍ଦିପକାଇଥିଲେ କଳ୍ପନା । ବାତ୍ୟାକୁ ଦୀର୍ଘ ୨୧ବର୍ଷ ବିତିଯାଇଥିଲେ ସୁଦ୍ଧା ସରକାରୀ ସହାୟତା ତାଙ୍କ ଲାଗି ସାତସପନ । ରାସନକାର୍ଡରେ ମିଳୁଥିବା ୫ କିଲୋ ଚାଉଳ ପରିବର୍ତ୍ତେ ଅନ୍ତୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ଅନ୍ତଭୂକ୍ତ କରାଇ ୩୫ ଚାଉଳ ଦେଲେ ବାକି ଜୀବନ ଖୁସିରେ କାଟି ଦିଅନ୍ତି ବୋଲି ‘ବଡ଼ ଖବର’ ମାଧ୍ୟମରେ ସରକାରଙ୍କୁ ଜଣାଇଛନ୍ତି କଳ୍ପନା ।

ଅସ୍ତରଙ୍ଗ ଉପକୂଳବର୍ତ୍ତୀବାସୀଙ୍କ ଲାଗି ପ୍ରଶାସନ ପକ୍ଷରୁ ୧୫ରୁ ଅଧିକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ଲୁଣିବନ୍ଧ ନିର୍ମାଣ, ହେନ୍ତାଳ ବଣ ସୃଷ୍ଟି କରାଯାଇଛି । ୨୧ବର୍ଷ ବିତିଯାଇଥିଲେ ସୁଦ୍ଧା ସମୁଦ୍ର କୁଳିଆ ଲୋକଙ୍କ ଲାଗି ପକ୍କାଘର ସାତସପନ । ସରକାରଙ୍କ ଯୋଜନା ଏମାନଙ୍କ ଲାଗି ମରିଚିକା ପାଲଟିଯାଇଛି । ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରିଥିଲେ ସୁଦ୍ଧା କେବଳ ମିଳୁଛି ପ୍ରତିଶୃତି । ତଥାପି ସହାୟତା ଆଶାରେ ରହିଛନ୍ତି ଲୋକେ ।


୧୯୯୯ରେ ବାତ୍ୟା ଆସୁଥିବା ନେଇ ପୂର୍ବରୁ ସୂଚନା ଦିଆଯାଇଥିଲା । ଲୋକେ ହାଲକା ଭାବେ ନେଇଥିଲେ । କିନ୍ତୁ ତାଣ୍ଡବ ରଚିଥିଲା ମହାବାତ୍ୟା । ଚାହୁଁ ଚାହୁଁ ସବୁକିଛି ଉଜୁଡ଼ି ଯାଇଥିଲା । ମରଣକୁ ନିଜ ଆଖିରେ ଦେଖିଥିଲେ ଲୋକେ । ପଡ଼ି ରହିଥିଲା କୁଢ଼ କୁଢ଼ ଶବ । ବଦଳିଯାଇଥିଲା ଓଡ଼ିଶାର ଭୁଗୋଳ । ଯଦିଓ ଧୀରେ ଧୀରେ ସ୍ଥିତି ବଦଳିଛି । କିନ୍ତୁ ଆଜି ବି ଓଡ଼ିଶା ଇତିହାସରେ ସବୁଦିନ ଲାଗି ସ୍ମୃତି ହୋଇ ରହିଛି ସେହି ଅକ୍ଟୋବର ୨୯ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ 🔴 ଟାରିଫ୍‌ କମାଇଲା ଆମେରିକା 🔴 ମାର୍ଚ୍ଚ ୩୧ ଡେଡ୍‌ଲାଇନ 🔴 ପୁଣି କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ 🔴 ଟାରିଫ୍‌ କମାଇଲା ଆମେରିକା 🔴 ମାର୍ଚ୍ଚ ୩୧ ଡେଡ୍‌ଲାଇନ 🔴 ପୁଣି କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ