ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର । ଭୟରେ ମନ୍ଦିରରେ ନେଲେ ଆଶ୍ରୟ । ବାଲେଶ୍ୱର ଜିଲ୍ଲା ନୀଳଗିରି ବଉଳ ଗଡିଆ ଈଶ୍ୱର ପୁର ଗାଁ ପାତ୍ରସାହିରୁ ଆସିଛି ଏଭଳି ଦୃଶ୍ୟ । ଉମାମଣିଙ୍କ ପରିବାରର ୧୦ଜଣ ମହିଳା ଓ ପୁରୁଷ ଠାକୁରାଣୀ ଭୟରେ ଗାଁ ଛାଡ଼ି ମନ୍ଦିରରେ ଆଶ୍ରୟ ନେଇଛନ୍ତି । ୧୫ଦିନ ତଳେ ତାଙ୍କ ପରିବାରର ଝିଅ, ପୁଅଙ୍କ ଦେହରେ ଠାକୁରାଣୀ ଲାଗିଥିଲା ।

ଏବେବି ପୁରା ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି ଦାସୀ ଲାଗିଥିବା ପୁଅ ଝିଅ । ଜୀଵନ ଭୟରେ ପରିବାର ଲୋକ । ପରିବାର ଲୋକ ଭୟରେ ଏକ ଗୁଣିଆକୁ ଆଣି ପୁଜା କରିଥଲେ। ଘର ଭିତରୁ ୫ ଗୋଟି ପିତଳବାଟି ବାହାର କରି ଅଧା ପୂଜାରୁ ଗୁଣିଆ ଟଙ୍କା ନେଇ ପଳାଇଗଲା । ସେହିଦିନଠୁ ପୁଅ-ଝିଅଙ୍କ ଦେହରେ ଠାକୁରାଣୀ ସବାର ହେବା ବଢିଯାଇଛି । ଭୟରେ ଉମାମଣି ପାତ୍ରଙ୍କ ପରିବାର ପ୍ରଥମେ ଜଗନ୍ନାଥ ମନ୍ଦିର ଓ ଏବେ ରାଧା କିଶୋର ମନ୍ଦିରରେ ଆଶ୍ରୟ ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’