Masthead

ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ

କୋଲକାତା (ବଡ଼ ଖବର ବ୍ୟୁରୋ): ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ସ୍କାନରରେ ଅଛନ୍ତି। ଘୋଷଙ୍କ କଳାଧନ୍ଦାର ପରଦା ଉଠାଇବାରେ ସିବିଆଇ କ୍ରମାଗତ ଭାବରେ ଚେଷ୍ଟା କରୁଛି।ସେପଟେ ସୁପ୍ରିମକୋର୍ଟ ସୋମବାର ପୁନଃ ଶୁଣାଣି କରିଛନ୍ତି । ଶୁଣାଣିବେଳେ ସୁପ୍ରିମକୋର୍ଟ ରାଜ୍ୟରେ ଆନ୍ଦୋଳନରତ ଡାକ୍ତରଙ୍କୁ ତୁରନ୍ତ କାର୍ଯ୍ୟକୁ ଫେରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତରଙ୍କ କାମ ହେଉଛି ରୋଗୀଙ୍କ ସେବା କରିବା ।

ଡାକ୍ତର ଆନ୍ଦୋଳନରେ ରହିବା ଦ୍ୱାରା ବହୁସଂଖ୍ୟାରେ ରୋଗୀ ଦୁର୍ଦ୍ଦଶା ଭୋଗୁଛନ୍ତି । ତେଣୁ ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା ଡାକ୍ତରମାନେ ଡ୍ୟୁଟିରେ ଯୋଗ ନ ଦେଲେ ତାଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇପାରିବେ ଏବଂ ତାହାକୁ ରୋକାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଅନ୍ୟପକ୍ଷରେ ମୃତା ଡାକ୍ତରଙ୍କ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ସହ ପଠାଯାଇଥିବା ‘ଚାଲାଣ’ ଦାଖଲ କରିବାକୁ ପଶ୍ଚିମବଙ୍ଗ ପୁଲିସକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚାଲାଣରୁ ଶବ ସହ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ସାମଗ୍ରୀ ତଥା ଉପକରଣ ବାବଦରେ ଜଣାପଡ଼ିବ । ପୀଡ଼ିତା ଡାକ୍ତରଙ୍କ ପୋଷାକକୁ ବ୍ୟବଚ୍ଛେଦ ସମୟରେ ସିଲ୍ କରାଯାଇ ପୋଷ୍ଟମର୍ଟମ ଟିମକୁ ପଠାଯାଇ ନ ଥିବା କଥା ସୁପ୍ରିମକୋର୍ଟରେ ଉଠିବା ପରେ ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟ କହିଥିଲେ ଯେ, ଯଦି ଏହି ଦସ୍ତାବିଜ୍ ଗାଏବ ଅଛି ତେବେ ନିଶ୍ଚିତ ଏଥିରେ କିଛି ଗଡ଼ବଡ଼ ରହିଛି । ଏଫ୍ଆଇଆର୍ରେ ୧୪ ଘଣ୍ଟା ବିଳମ୍ବ ହେବା ଉପରେ ମଧ୍ୟ ସୁପ୍ରିମକୋର୍ଟ ସନ୍ଦେହ ବ୍ୟକ୍ତ କରିଥିଲେ । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ କହିଥିଲେ, ଉକ୍ତ ଦସ୍ତାବିଜ୍ କୋର୍ଟଙ୍କ ନିକଟରେ ଦାଖଲ କରାଯାଇଥିବା ଦସ୍ତାବିଜ ଗୁଡ଼ିକ ମଧ୍ୟରେ ନାହିଁ । ତେଣୁ ଆସନ୍ତା ୧୭ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣିବେଳେ ରାଜ୍ୟ ସରକାର ଉକ୍ତ ଚାଲାଣ ଦାଖଲ କରିବାକୁ ପ୍ରଧାନ ବିଚାରପତି (ସିଜେଆଇ) ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେ.ବି ପାରଦିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି