ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଆସିଯାଇଛି । ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ବିବାହ ଏକ ମୌଳିକ ଅଧିକାର ନୁହେଁ କହିଲେ ସୁପ୍ରିମକୋର୍ଟ । ଏନେଇ ସଂସଦ ଆଇନ ନଆଣିବା ଯାଏଁ ସ୍ୱୀକୃତି ଦେଇ ହେବନି । ଏନେଇ ସଂସଦ ନିଷ୍ପତ୍ତି ନେଉ । ଅଦାଲତ ଆଇନ ତିଆରି କରେନି, କେବଳ ବ୍ୟାଖ୍ୟା କରେ କହିଲା ସିଜିଆଇ । ସମଲିଙ୍ଗୀ ବିବାହକୁ ନେଇ ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ବେଞ୍ଚ ଗତ ଏପ୍ରିଲ ୧୧ ତାରିଖରେ ଶୁଣାଣି ଆରମ୍ଭ କରିଥିଲେ ।