Masthead

ଟିକା ନେଲେ ମିଳିବ ୧୦ କୋଟିର ଅପାର୍ଟମେଣ୍ଟ, ଜାଣନ୍ତୁ କେଉଁଠି

(ବଡ଼ ଖବର ବ୍ୟୁରୋ): କରୋନା ଟିକା ନେଲେ ମିଳିବ ୧୦ କୋଟି ଟଙ୍କାର ଘର ଜିତନ୍ତୁ । ଏପରି ଅଫର ଭାରତରେ ନୁହେଁ ହଂକଂରେ ଦିଆଯାଉଛି । ଲୋକମାନଙ୍କୁ ଟିକାକରଣ ପାଇଁ ପ୍ରୋତ୍ସାହିତ କରିବାକୁ ଏପରି ଅଫର ଦିଆଯାଉଛି ସେଠାରେ । ଅବଶ୍ୟ ଏହି ଅଫର ସମସ୍ତଙ୍କ ପାଇଁ ନୁହେଁ । ଲକି ଡ୍ର ମାଧ୍ୟମରେ ଏହି ଅଫର ଜିତିପାରିବେ ସେଠାକାର ନାଗରିକ । ତେବେ ଲୋକଙ୍କ ପାଇଁ ଏଭଳି ଅଫର ଦିଆଯିବାର କାରଣ ହେଉଛି ସେଠାକାର ନାଗରିକମାନେ ଟିକା ନେବାକୁ ଉତ୍ସୁକ ନୁହନ୍ତି । ଯେଉଁଥିପାଇଁ ଡେଭଲପରମାନଙ୍କ ଦ୍ୱାରା ଏଭଳି ଅଫର ଦିଆଯାଉଛି ଲୋକମାନଙ୍କୁ । ଏଥିରେ ଟିକା ନେଉଥିବା ଲୋକମାନଙ୍କ ପାଇଁ ୧୪ଲକ୍ଷ ଡଲାର ଅର୍ଥାତ ୧୪କୋଟି ଟଙ୍କାର ଆପାର୍ଟମେଣ୍ଟ ଦିଆଯାଉଛି ।

ଦ ସିନୋ ଗ୍ରୁପ୍‌, ଏନଜି ତେଙ୍ଗ ଫୋଙ୍ଗ ଦାତବ୍ୟ ସଂସ୍ଥା ଓ ଚୀନର ଇଷ୍ଟେଟ ହୋଲ୍ଡିଂସ ଏ ବିଷୟରେ ଘୋଷଣା କରିଛନ୍ତି । ସେମାନେ ପ୍ରଦାନ କରୁଥିବା ଉପହାରରେ କୁନ୍‌ ଟୋଙ୍ଗ ସ୍ଥିତ ଗ୍ରାଣ୍ଡ ସେଣ୍ଟ୍ରାଲ ପ୍ରୋଜେକ୍ଟରେ ଗୋଟିଏ ଶୟନକକ୍ଷ ବିଶିଷ୍ଟ ୪୪୯ ସ୍କେ୍ୱୟାର ଫୁଟର ଏକ ଫ୍ଲାଟ୍‌ ମିଳିବ । କରୋନା ଟିକାର ଦୁଇଟିଯାକ ଡୋଜ୍‌ ନେଇଥିବା ଲୋକେ ଏହି ସ୍କିମ୍‌ର ଲାଭ ଉଠାଇ ପାରିବେ । ହଂକଂ ସରକାରଙ୍କ ସୂଚନା ଅନୁସାରେ, ଗତ ଅଗଷ୍ଟ ମାସରୁ କିଛି ଟିକାର ବ୍ୟବହାର ସମୟସୀମା ଶେଷ ହୋଇଯାଇଛି । ଏଥିପାଇଁ ଲୋକଙ୍କୁ ଟିକା ନେବା ପାଇଁ ଏଭଳି ଭାବେ ପ୍ରୋତ୍ସାହନ କରାଯାଉଛି । କରୋନା ଟିକା ବଦଳରେ ଦିଆଯାଉଥିବା ଏହି ଅଫର୍‌ ଲୋକଙ୍କୁ ଖୁବ୍‌ ଆକର୍ଷିତ କରିବ ବୋଲି ଆଶା କରାଯାଉଛି । ତେବେ ହଂକଂରେ ସମ୍ପତ୍ତିର ମୂଲ୍ୟ ଢେର ଅଧିକ । ଏହା ପୂର୍ବରୁ ଆମେରିକାର ନ୍ୟୁୟର୍କ, ଓହିଓ, ମେରିଲ୍ୟାଣ୍ଡ, କେଣ୍ଟକି ଓ ଓରେଗନ୍‌ ଭଳି ସ୍ଥାନରେ ଟିକା ନେଉଥିବା ଲୋକଙ୍କ ପାଇଁ ଲକି ଡ୍ର ମାଧ୍ୟମରେ ଉପହାର ଅଫର୍‌ ଦିଆଯାଇଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼