Masthead

ସୂର୍ଯ୍ୟ ମନ୍ଦିରରୁ ବାଲି ଚୋରିର ତଦନ୍ତ ଆରମ୍ଭ

କୋଣାର୍କ(ବଡ଼ ଖବର ବ୍ୟୁରୋ): ବଡ଼ ଖବରର ବଡ଼ ପ୍ରଭାବ । ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ପରିସରରୁ ବାଲି,ମୂଲ୍ୟବାନ ପଥର ଚୋରିର ତଦନ୍ତ ଆରମ୍ଭ ।ସୂର୍ଯ୍ୟ ମନ୍ଦିର ପରିସରରୁ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ଜାଣତରେ ଜଣେ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗର କର୍ମଚାରୀ ଶହଶହ ଟ୍ରିପ ବାଲି ସହ ମୂଲ୍ୟବାନ ପଥର ଚୋରି କରିବା ଅଭିଯୋଗ ଆସିବା ପରେ ଏବେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ ହୋଇଛି । ଗୋପ ତହସିଲଦାର ସ୍ଥାନୀୟ ଆରଆଇ ଙ୍କ ସହିତ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ବାଲି ଚୋରି ହୋଇଥିବା ସ୍ଥାନରେ ପହଞ୍ଚି ମାପଚୁପ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ବାଲି କେମିତି ଗଲା,କିଏ ନେଲା,କାହା ନିର୍ଦ୍ଦେଶ ଏପରି ଘଟଣା ଘଟିଲା ତା’ର ତଦନ୍ତ କରିବା ଲାଗି କୋଣାର୍କ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଥିବା ବେଳେ କୋଣାର୍କ ଥାନାରେ ମଧ୍ୟ ୨ ଗୋଟି ସଂଗଠନ ପକ୍ଷରୁ ଏତଲା ଦିଆଯାଇଛି । କୋଣାର୍କ ମନ୍ଦିର ପରିସରରୁ ବାଲି, ମୂଲ୍ୟବାନ ପଥର, ମୂର୍ତ୍ତି ଚୋରିର ତଦନ୍ତ କରାଯାଇ ଯଦି କାର୍ଯ୍ୟାନୁଷ୍ଠାନ  ନ ନିଆ ଯାଏ ତାହେଲେ କୋଣାର୍କ ସୁରକ୍ଷା ସମିତି, କୋଣାର୍କ ଆଞ୍ଚଳିକ ବିକାଶ ପରିଷଦ ସହିତ ଅନ୍ୟାନ୍ୟ ସଂଗଠନ ରାଜରାସ୍ତାକୁ ଆସିବା ସହ ଆସନ୍ତା ୧୫ ତାରିଖ ଦିନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ତାଲା ପକାଇ ଦିଆଯିବ ବୋଲି କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ଆଜିଠୁ ଜମିବ ଐତିହାସିକ ବାଲିଯାତ୍ରା 🔴 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ 🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ଆଜିଠୁ ଜମିବ ଐତିହାସିକ ବାଲିଯାତ୍ରା 🔴 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ 🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ