Masthead

ଏମିତି ବି ମନେ ରହିବେ ସୂର୍ଯ୍ୟ, କମିଟି କରି ପୁରୀ ଯାଇନଥିଲେ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆରପାରିରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ । ସୂର୍ଯ୍ୟ ପାତ୍ର ଅନେକ କଥା ପାଇଁ ମନେ ରହିବେ । ବିଶେଷ କରି ଲଗାତାର ୭ଥର ପାଇଁ ଜିତିଥିଲେ । ତାହା ତାଙ୍କୁ ନିଶ୍ଚିତ ରୂପେ ସ୍ମରଣୀୟ କରି ରଖିବ । ତେବେ ଲଗାତାର ସାତ ଥର ଜିତିବା, ରାଜ୍ୟ ରାଜନୀତିର ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିବା, ସରକାରରେ ମନ୍ତ୍ରୀ ହେବା, ବାଚସ୍ପତି ହେବା, ଏ ସବୁ ସତ୍ତ୍ୱେ ସୂର୍ଯ୍ୟ ପାତ୍ର ଯେତେ ଭଲ ପାଇଁ ମନେରହିବେ କିଛି ଖରାପ ପାଇଁ ବି ସଦା ମନେରହିବେ । ଅନେକ କିଛି କାମ ସେ କରିପାରିଛନ୍ତି ଏବଂ ଅନେକ କାମ ସେ କରିପାରିନାହାନ୍ତି । ଯେମିତିକି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ବେଳେ ତାଙ୍କ ଟାଳଟୁଳ ଭୂମିକା । ସେତେବେଳେ ସେ ଥିଲେ ରାଜ୍ୟ ବିଧାନସଭାର ବାଚସ୍ପତି । ଏ ବିବାଦକୁ ନେଇ କେତେବେଳେ ତୁମ୍ବିତୋଫାନ ହେଲା ବିଧାନସଭାରେ ପ୍ରଶ୍ନ ଉଠିଲା ସେତେବେଳେ ବାଚସ୍ପତି ଭାବରେ ସେ ଏକ କମିଟି ଗଠନ କଲେ । ଆଉ ନିଜେ ପରିକ୍ରମା ପ୍ରକଳ୍ପ ବୁଲିଦେଖିବେ ବୋଲି କହିଲେ । ତାରିଖ ୨୦୨୨ ଏପ୍ରିଲ ୨୧ । ଏହି ଦିନ ପରିକ୍ରମା ପ୍ରକଳ୍ପ ପାଇଁ କମିଟି ଘୋଷଣା ହୋଇଥିଲା ।

ବଡ଼ ଆଶ୍ଚର୍ଯ୍ୟ ଓ ବିଡ଼ମ୍ବନାର କଥା ଏ ଘୋଷଣା ପରେ ବାଚସ୍ପତି ଭଳି ଏକ ସାମ୍ବିଧାନିକ ପଦରେ ଥାଇ ସୂର୍ଯ୍ୟ ପାତ୍ର କିନ୍ତୁ ଏ ଦିଗରେ କିଛି ତତ୍ପରତା ପ୍ରକାଶ କଲେ ନାହିଁ । କୌଣସି କମିଟି ସେଠାକୁ ଗଲା ନାହିଁ କି ସେ ନିଜେ ବି ସେଠାକୁ ଗଲେ ନାହିଁ । ବାରମ୍ବାର ସାମ୍ବାଦିକଙ୍କ ତରଫରୁ ଏନେଇ ପ୍ରଶ୍ନ କରାଗଲା, କିନ୍ତୁ ସେ ସବୁବେଳେ କଥାକୁ ଟାଳିବାକୁ ଚେଷ୍ଟା କଲେ । ଶ୍ରୀମନ୍ଦିର ହେଉଛି ଓଡ଼ିଶାର ଆବେଗର ବିଷୟ । ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଶାର ଆତ୍ମା । ଯେତେବେଳେ ତାଙ୍କ ମନ୍ଦିରର ସୁରକ୍ଷା ନେଇ ବିଧାନସଭାରେ ପ୍ରଶ୍ନ ଉଠିଥିଲା ସେତେବେଳେ ମାମଲା ସୁପ୍ରିମକୋର୍ଟକୁ ଯାଇ ନଥିଲା । ଅନେକଙ୍କ ମନରେ ଅନେକ ସନ୍ଦେହ ଥିଲା । ଯେଉଁ ସନ୍ଦେହ ଦୂରକରିବାର ଦାୟିତ୍ୱ ବିଧାନସଭାର ଥିଲା ଓ ବିଧାନସଭା ବାଚସ୍ପତିଭାବରେ ସେ କମିଟି ଗଠନ କଲେ । କିନ୍ତୁ କାହା କାହା ଚାପରେ କ’ଣ ପାଇଁ ଏତେ ବଡ଼ ପଦରେ ବସି ବି ସେ ଜାଗାକୁ ଯିବାର ସାହାସ କଲେ ନାହିଁ । ତାହା ତାଙ୍କର ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଠାଏ । ଅବଶ୍ୟ ସେ ପୂର୍ବରୁ ନିଜକୁ ଚାକର କହି ବିବାଦୀୟ ହୋଇପଡିଥିଲେ । ତେଣୁ ସୂର୍ଯ୍ୟ ପାତ୍ରଙ୍କ ଠାରୁ ଅନେକ ଲୋକ ନୈତିକତା ଆଶା ବି କରୁନଥିଲେ । ତାଙ୍କ ବିୟୋଗରେ ଯେତେବେଳେ ତାଙ୍କୁ ଅନେକ ଭଲ ଗୁଣ ପ୍ରତି ଆମେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛେ ସେତେବେଳେ ସେ କରିଯାଇଥିବା ଭୁଲକୁ ମଧ୍ୟ ଆଲୋଚନା କରାଯିବାର ଆବଶ୍ୟକତା ରହିଛି । ସେ ଯାହା ଭୁଲ କଲେ ଅନ୍ୟମାନେ ଯେମିତି ତାହାର ପୁନରାବୃତ୍ତି କରିବେ ନାହିଁ । କାରଣ ରାଜ୍ୟ ଅସ୍ମିତା ଆଗ । କ୍ଷମତା ପଛ । ଏ ବାର୍ତ୍ତା ଯିବା ଉଚିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ