Masthead

ଫେଲ ମାରିଛି ‘ସ୍ୱଚ୍ଛ ଭାରତ ଅଭିଯାନ’

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ସ୍ୱଚ୍ଛ ଭାରତ ଅଭିଯାନ ଚାଲିଛି । ହେଲେ ଏଠାର ବାସ୍ତବ ଚିତ୍ର ସମ୍ପୂର୍ଣ ଅଲଗା । ବିଦ୍ୟାଳୟରେ ନାହିଁ ଶୌଚାଳୟ ,ନାହିଁ ପାଚେରୀ । ଶ୍ରେଣୀ ଗୃହ ର କାନ୍ଥ ଭାଙ୍ଗି ଆଂ କଲାଣି । ଛାତ ରୁ ଖସୁଛି ଛେଲା ଛେଲା କଂକ୍ରିଟ । ଏହା କେଉଁ ଉପାନ୍ତ ଅଂଚଳ ନୁହେଁ । ଏ ହେଉଛି ରାଜ୍ୟ କ୍ରୀଡା ମନ୍ତ୍ରୀଙ୍କ ନିଜ ବ୍ଲକ ତଥା ଅସ୍ତରଙ୍ଗ ବ୍ଲକ ସରିପୁର ପଂଚାୟତର ମୁଦୁଗଲଗ୍ରାମ ସିଦ୍ଧେସ୍ୱର ବିଦ୍ୟାଳୟର ଦୃଶ୍ୟ । ବିଦ୍ୟାଳୟ ସମ୍ପୂର୍ଣ ଅଵ୍ୟବସ୍ଥା କହିଲେ ଚଳେ ।

ଏହି ବିଦ୍ୟାଳୟରେ ଅଷ୍ଟମ ,ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ଶୌଚାଳୟ ନଥିବାରୁ ଏଠି ଶିକ୍ଷୟତ୍ରୀ ଓ ଛାତ୍ରୀମାନେ ବହୁତ ଅସୁବିଧା ଭୋଗନ୍ତି । ୧୯୮୯ରେ ଏହି ସ୍କୁଲ ପ୍ରତିଷ୍ଠା ହୋଇଛି । ବିଦ୍ୟାଳୟ ବିଷୟରେ ସ୍ଥାନୀୟ ନେତା ଓ ମନ୍ତ୍ରୀ ବୁଝୁନାହାନ୍ତି ବୋଲି ମତ ଦେଇଛନ୍ତି ଗ୍ରାମବାସୀ । ଅସ୍ତରଙ୍ଗ ଅଂଚଳର ବହୁ ପୁରାତନ ସ୍କୁଲରେ ପାଇଖାନାଟିଏ ନାହିଁ । ଆଉ ଦେଶ ସାରା ଚାଲିଛି ସ୍ୱଚ୍ଛ ଭାରତ ଅଭିଯାନ ।

ଏଥିରୁ ବୁଝା ପଡୁଛି ଏ ଅଭିଯାନ କେତେ ସଫଳ । ଅନ୍ୟ ପଟେ ବିଦ୍ୟାଳୟ ଚତୁପାର୍ଶ୍ଵ ରେ ପାଚେରୀ ନାହିଁ । ଶ୍ରେଣୀ ଗୃହରୁ ଖସୁଛି କଂକ୍ରିଟ ଛେଲା । ଯଦି ଆଗାମୀ ଦିନ ରେ ଶ୍ରେଣୀ ଗୃହ କାମ ନ ହୁଏ କେତେ ବେଳେ ନିରୀହ ଛାତ୍ରଛାତ୍ରୀଙ୍କ ଜୀବନ ଯିବ କହି ହେବନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ