Masthead

ଚୋରା ମାଙ୍କଡ଼ା ପଥର କାରବାର ଧରିଲେ ବରୀ ତହସିଲଦାର

ବରୀ (ବଡ଼ ଖବର ବ୍ୟୁରୋ): ମାଙ୍କଡା ପଥର କାରବାର ଧରିଲା ବରୀ ତହସିଲଦାର । ବରୀ ତହସିଲ ଅଧିନ ଅରଙ୍ଗାବାଦ୍ ବେହେରା ସାହି ଶିବ ମନ୍ଦିର ନିକଟରେ ଥିବା ୩ ଟି ଟ୍ରକଚୋରା ମାଙ୍କଡ଼ା ପଥର ବୋଝେଇ ଆସି ପଡ଼ି ଥିବାବେଳେ ସେଥିରୁ ଗୋଟିଏ ଟ୍ରକ କୁ ଜବତ କରି ବରୀ ଥାନା ଜୀମା ଦେଇଛନ୍ତି ବରୀ ତହସିଲଦାର। ଅନ୍ୟ ଦୁଇଟି ଟ୍ରକ୍ ଫେରାର ହୋଇଯାଇଥିବା ଜଣା ପଡ଼ିଛି।। ସୂଚନା ଥାଉ କି ରାଜ୍ୟରେ ମାଙ୍କଡ଼ା ପଥରରେକୁ ବେଆଇନ ଭାବେ ଚୋରା ଚାଲାଣକୁ ପ୍ରଶାସନ ବନ୍ଦ ରଖିଥିବା ବେଳେ ସେ ସବୁକୁ ଖାତିର କରୁ ନାହାନ୍ତି ପଥର ମାଫିଆମାନେ ।
କିଛି ମାଫିଆ ବିଭିନ୍ନ ରାଜନୈତିକ ବ୍ୟକ୍ତିମାନଙ୍କ ସହ ଅସି ଏଭଳି ଚୋରା କାରବାର କରୁଥିବା ଅନେକ ସମୟରେ ଅଭିଯୋଗ ହୋଇଛି। ତେବେ ବରୀ ତହସିଲ ପକ୍ଷରୁ ଚଢାଉ କରି ଜବତ କରିଥିବା ମାଙ୍କଡ଼ା ପଥର ୨୩ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟଙ୍କ ସ୍ୱାମୀଙ୍କର ବୋଲି ଚର୍ଚ୍ଚା ହେଉଛି। ତେବେ କିଏ ଆଣିଥିଲା ପଥର, କାହା ନିର୍ଦ୍ଦେଶରେ ଆସିଥିଲା ପଥର । ଏତେ ସବୁ ନିୟମ ଥାଇ ମଧ୍ୟ କିପରି ଚୋରା ପଥର ଗାଡ଼ି ବରୀରେ ପହଞ୍ଚିଲା ତାହା ସବୁଠାରୁ ବଡ ପ୍ରଶ୍ନ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା