ମହାରାଷ୍ଟ୍ରର ୮ ଜିଲ୍ଲାରେ ଲକଡାଉନ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): କରୋନା ସଂକ୍ରମଣ ସଂଖ୍ୟା ବଢି ବଢି ଚାଲିଛି । ସେହି କାରଣରୁ ସଂକ୍ରମଣ ବଢ଼ୁଥିବା ଜିଲ୍ଲାମାନଙ୍କରେ କଡ଼ାକଡ଼ି ଲକଡାଉନ ପାଳନ ପାଇଁ ନିଷ୍ପତି ନେଇଛନ୍ତି ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ରର ୮ ଜିଲ୍ଲାରେ ତାଲାବନ୍ଦ । ପଞ୍ଜାବର ୮ ଜିଲ୍ଲାରେ ମଧ୍ୟ ଲାଗୁ ହେଲା ନାଇଟ କର୍ଫ୍ୟୁ । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ମହାରାଷ୍ଟ୍ର ରେ ୧୫ ହଜାର ୮୨୩ ମାମଲା ଚିହ୍ନଟ । ପୁନେରେ ରାତି ୧୧ ରୁ ସକାଳ ୬ଟା ନାଇଟ କର୍ଫ୍ୟୁ ଜାରି ହୋଇଥିବା ବେଳେ ଅକୋଲାରେ କଡାକଡି ଲକଡାଉନ ପାଳନ ହେଉଛି ।

ଅକୋଲାରେ ଗତକାଲି ସନ୍ଧ୍ୟା ୮ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଲକଡାଉନ ଜାରି କରାଯାଇଛିା ତେବେ ଏହି ସବୁ ଜିଲ୍ଲା ମାନଙ୍କରେ ସ୍କୁଲ, କଲେଜ ବନ୍ଦ ରହିଛି । ଅନ୍ୟପଟେ ମେ ୧୫ ସୁଦ୍ଧା ୪୬ ଲକ୍ଷ ବୟଷ୍କ ଲୋକ ଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଇଛି । ମାର୍ଚ୍ଚ ୧୨ ରୁ ୨୨ ପର୍ୟ୍ୟନ୍ତ ପାନଭେଲରେ ନାଇଟ କର୍ଫ୍ୟୁ ଜାରି ହେବ । ସେହିପରି ପାରଭଣି ଜିଲ୍ଲାରେ ଗତକାଲି ରାତି ୧୨ଟାରୁ ଆସନ୍ତା ଗୁରୁବାର ସକାଳ ୬ଟା ପର୍ୟ୍ୟନ୍ତ ଲକଡାଉନ ଜାରି ହୋଇଛି । ମୁମ୍ବାଇରେ ଗତ ୨ମାସ ଭିତରେ ସଂକ୍ରମଣ ମାମଲା ଆସିଛି ଯାହାକି ୯୦ ପ୍ରତିଶତ ଆପାର୍ଟମେଣ୍ଟ ବିଲ୍ଡିଂରୁ ଚିହ୍ନଟ ହୋଇଛି । କେବଳ ୧୦ ପ୍ରତିଶତ ମାମଲା ବସ୍ତିରୁ ଚିହ୍ନଟ ହୋଇଥିବା ସୂଚନା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ