Masthead

ନିର୍ବାଚନ ପୂର୍ବରୁ ନେତା-ମନ୍ତ୍ରୀଙ୍କୁ ବିରୋଧ, ସଞ୍ଜୟଙ୍କ ବିରୋଧରେ ଶପଥ ପାଠ

ବ୍ରହ୍ମଗିରି(ବଡ଼ ଖବର ବ୍ୟୁରୋ): ନିର୍ବାଚନ ପୂର୍ବରୁ ନେତା, ମନ୍ତ୍ରୀଙ୍କୁ ବିରୋଧ । କେଉଁଠି ବିଧାୟକଙ୍କ ବିରୋଧରେ ରାଲି କରାଯାଉଛି ତ ଆଉ କେଉଁଠି ବିଧାୟକଙ୍କ ବିରୋଧରେ ଶପଥ ପାଠ କରାଯାଉଛି । ବ୍ରହ୍ମଗିରିରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ବ୍ରହ୍ମଗିରିରେ ସଞ୍ଜୟ ଦାସ ବର୍ମାଙ୍କୁ ବିରୋଧ କରାଯାଇଛି । ବିଜେଡି ଜିଲ୍ଲା ପରିଷଦ କୈଳାଶ ପରିଡାଙ୍କ ନେତୃତ୍ୱରେ ଆୟୋଜିତ ହୋଇଛି ବିରାଟ ବୈଠକ । ବୈଠକରେ ସଂଜୟ ଦାସ୍ ବର୍ମାଙ୍କୁ ବୟକଟ୍ କରାଯିବା ସହ ନୂଆ ନେତାଙ୍କୁ ଦିଆଯାଇଛି ପ୍ରାଧାନ୍ୟ ।

ବୈଠକରେ ଅନେକ ସଂଖ୍ୟାରେ ବିଜେଡି କର୍ମୀ ଏକାଠି ହୋଇ ସମୂହ ଶପଥ ପାଠ କରିଛନ୍ତି । ଅଞ୍ଚଳରେ ବିକାଶ କାମ ଆଗକୁ ବଢାଇବା ଓ ସଂଜୟ ଦାସ ବର୍ମାଙ୍କୁ ବିରୋଧ କରିବା ନେଇ ଏହି ସମୂହ ଶପଥ ପାଠ କରାଯାଇଛି । ଏହାସହ ବ୍ୟାନରରେ ପୀନାକି ମିଶ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରଖି କରାଯାଇଛି ବିରାଟ ବୈଠକ । ଏହି ବୈଠକରେ ସଂଜୟ ଦାସ ବର୍ମାଙ୍କୁ ପ୍ରତ୍ୟେକ ପଂଚାୟତରେ ବିରୋଧ କରାଯିବା ନେଇ କର୍ମୀଙ୍କ ସହ ଆଲୋଚନା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ