Masthead

ତାଲିବାନୀ ବର୍ବରତା, ୧୩ ଜଣଙ୍କୁ ଗୁଳି କରି ହତ୍ୟା

କାବୁଲ (ବଡ଼ ଖବର ବ୍ୟୁରୋ): ବଢିବାରେ ଲାଗିଛି ତାଲିବାନୀଙ୍କ ବର୍ବରତା । ଆଫଗାନ ଅତିଆର କରିବା ପରେ ବର୍ବରତାର ସବୁ ସୀମା ପାର କରିଛି ତାଲିବାନ । ଏକ ବିବାହ ଉତ୍ସବରେ ଗୀତ ବନ୍ଦ କରିବା ପାଇଁ ତାଲିବାନ ଆତଙ୍କବାଦୀମାନେ ୧୩ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣା ପରେ ସମସଗ୍ର ଅଞ୍ଚଳରେ ଲୋକେ ଭୟରେ ଅଛନ୍ତି ।

ସୂଚନା ଅନୁସାରେ ନାଙ୍ଗରହର ପ୍ରଦେଶର କିଛି ଲୋକେମାନେ ତାଲିବାନର କେତେକ କଟକଣାକୁ ଖାତିର ନକରି ଲୋକେ ଏକ ବିବାହ ଉତ୍ସବରେ ସମେବତ ହୋଇଥିବା ଏବଂ ପାରମ୍ପାରିକ ସଙ୍ଗୀତ ଗାନ କରିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ପୂର୍ବତନ ଉପରାଷ୍ଟ୍ରପତି ଅମରଗୁଲ୍ଲା ସଲେହ କହିଛନ୍ତି । ଏହି ଗଣହତ୍ୟା ପାଇଁ ତାଲିବାନ ସହ ପାକିସ୍ତାନକୁ ମଧ୍ୟ ଦାୟୀ କରିଛନ୍ତି ।

ସେ କହିଛନ୍ତି ୨୫ ବର୍ଷ ଧରି ପାକିସ୍ତାନ ସେମାନଙ୍କୁ ଆଫଗାନ ସଂସ୍କୃତି ଧ୍ୱଂସ କରିଦେବା ପାଇଁ ତାଲିମ ଦେଇଛି । ତାଲିବାନର ଏହି ବର୍ବରତା ବିରୋଧରେ ବିଶ୍ୱ ସମୁଦାୟ ମଧ୍ୟ ସ୍ୱର ଉଠାଇବା ଜରୁରୀ ବୋଲି ସଲେହ କହିବା ସହ ଜାତିସଙ୍ଘର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ