Masthead

ତାଲିବାନ ମୁଖ୍ୟ ମୃତ!

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିବା ତାଲିବାନ ଏବେ ଘୋର ସଙ୍କଟ ଦେଇ ଗତି କରୁଛି। ତାଲିବାନ ମୁଖ୍ୟଙ୍କ ପତ୍ତା ମିଳୁନାହିଁ। ଯାହାକୁ ଶାସନ ମୁଖ୍ୟ ‌କରାଯାଇଛି । ତାଙ୍କର କୌଣସି କ୍ଷମତା ନାହିଁ। ଯେଉଁ ତାଲିବାନ ନେତା ପ୍ରଧାନମନ୍ତ୍ରୀ ହେବେ ବୋଲି କୁହାଯାଉଥିଲା ‌ତାଙ୍କୁ ବନ୍ଦୀ କରି ରଖାଯାଇଛି। ଏବେ ଆଫଗାନ ଶାସନର ନିୟନ୍ତ୍ରଣ ସଂପୂର୍ଣ୍ଣ ରୂ‌ପେ ପାକିସ୍ତାନ ହାତକୁ ଚାଲିଯାଇଛି। ଆଫଗାନିସ୍ତାନରୁ ଆମେରିକା ତାର ସେନା ହଟାଇ ନେବାପରେ ତାଲିବାନ ନେତାମାନେ କ୍ଷମତା ଦଖଲ କରିଥିଲେ। ବିଭିନ୍ନ ପର୍ଯ୍ୟାୟ ଆଲୋଚନା ପରେ ସରକାର ଗଠନ ମଧ୍ୟ ଘୋଷଣା କରିଥିଲେ।

କିନ୍ତୁ ସରକାର ଗଠନକୁ ନେଇ ତାଲିବାନ ଭିତରେ ଗୋଷ୍ଠୀ ବିବାଦ ଭୟଙ୍କର ରୂପ ଧାରଣ କରିଛି। ନରମପନ୍ଥୀ କୁହାଯାଉଥିବା ଗୋଟିଏ ଗୋଷ୍ଠୀର ନେତୃତ୍ବ ମୁଲ୍ଲା ବରାଦର ନେଉଥିବା ବେଳେ କଠୋରପନ୍ଥୀ ଗୋଷ୍ଠୀର ନେତୃତ୍ବ ନେଉଛନ୍ତି ଆମେରିକା ଦ୍ବାରା ଆତଙ୍କବାଦୀ ଘୋଷିତ ହକ୍କାନୀ ଗୋଷ୍ଠୀ। ହକ୍କାନୀ ଗୋଷ୍ଠୀ ପାକିସ୍ତାନ ନିୟନ୍ତ୍ରଣରେ ରହିଛି। ତେବେ କୁହାଯାଉଛି ଯେ ତାଲିବାନର ମୁଖ୍ୟ ହୈବତୁଲ୍ଲା ଅଖୁନଜାଦା ଏବେ ନିଖୋଜ। ତାଙ୍କର କୌଣସି ଖୋଜଖବର ନାହିଁ। କୁହାଯାଉଛି ‌ଯେ ତାଙ୍କର ମୃତ୍ୟୁ ଘଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା