Masthead

ତାଲିବାନ ମୁଖ୍ୟ ମୃତ!

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିବା ତାଲିବାନ ଏବେ ଘୋର ସଙ୍କଟ ଦେଇ ଗତି କରୁଛି। ତାଲିବାନ ମୁଖ୍ୟଙ୍କ ପତ୍ତା ମିଳୁନାହିଁ। ଯାହାକୁ ଶାସନ ମୁଖ୍ୟ ‌କରାଯାଇଛି । ତାଙ୍କର କୌଣସି କ୍ଷମତା ନାହିଁ। ଯେଉଁ ତାଲିବାନ ନେତା ପ୍ରଧାନମନ୍ତ୍ରୀ ହେବେ ବୋଲି କୁହାଯାଉଥିଲା ‌ତାଙ୍କୁ ବନ୍ଦୀ କରି ରଖାଯାଇଛି। ଏବେ ଆଫଗାନ ଶାସନର ନିୟନ୍ତ୍ରଣ ସଂପୂର୍ଣ୍ଣ ରୂ‌ପେ ପାକିସ୍ତାନ ହାତକୁ ଚାଲିଯାଇଛି। ଆଫଗାନିସ୍ତାନରୁ ଆମେରିକା ତାର ସେନା ହଟାଇ ନେବାପରେ ତାଲିବାନ ନେତାମାନେ କ୍ଷମତା ଦଖଲ କରିଥିଲେ। ବିଭିନ୍ନ ପର୍ଯ୍ୟାୟ ଆଲୋଚନା ପରେ ସରକାର ଗଠନ ମଧ୍ୟ ଘୋଷଣା କରିଥିଲେ।

କିନ୍ତୁ ସରକାର ଗଠନକୁ ନେଇ ତାଲିବାନ ଭିତରେ ଗୋଷ୍ଠୀ ବିବାଦ ଭୟଙ୍କର ରୂପ ଧାରଣ କରିଛି। ନରମପନ୍ଥୀ କୁହାଯାଉଥିବା ଗୋଟିଏ ଗୋଷ୍ଠୀର ନେତୃତ୍ବ ମୁଲ୍ଲା ବରାଦର ନେଉଥିବା ବେଳେ କଠୋରପନ୍ଥୀ ଗୋଷ୍ଠୀର ନେତୃତ୍ବ ନେଉଛନ୍ତି ଆମେରିକା ଦ୍ବାରା ଆତଙ୍କବାଦୀ ଘୋଷିତ ହକ୍କାନୀ ଗୋଷ୍ଠୀ। ହକ୍କାନୀ ଗୋଷ୍ଠୀ ପାକିସ୍ତାନ ନିୟନ୍ତ୍ରଣରେ ରହିଛି। ତେବେ କୁହାଯାଉଛି ଯେ ତାଲିବାନର ମୁଖ୍ୟ ହୈବତୁଲ୍ଲା ଅଖୁନଜାଦା ଏବେ ନିଖୋଜ। ତାଙ୍କର କୌଣସି ଖୋଜଖବର ନାହିଁ। କୁହାଯାଉଛି ‌ଯେ ତାଙ୍କର ମୃତ୍ୟୁ ଘଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ