Masthead

ଭାରତର ମହାବାଣିଜ୍ୟ ଦୂତାବାସରେ ତାଲିବାନୀଙ୍କ ଲୁଟପାଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ଏବେ ଲୁଟପାଟ ଓ ଭଙ୍ଗାରୁଜା କରୁଛନ୍ତି ତାଲିବାନୀ । ବୁଧବାର ତାଲିବାନୀ ଆତଙ୍କବାଦୀମାନେ ସେମାନଙ୍କ ଗଡ଼ କୁହାଯାଉଥିବା କାନ୍ଦାହାର ଓ ହେରାତରେ ଥିବା ଭାରତର ମହାବାଣିଜ୍ୟ ଦୂତାବାସକୁ ଯାଞ୍ଚ କରିବା ଆଳରେ ତାଲା ଭାଙ୍ଗି ଲୁଟ କରିବା ସହ ଅନେକ ଜିନିଷକୁ ଭଙ୍ଗାରୁଜା ମଧ୍ୟ କରିଛନ୍ତି ।

ତାଲିବାନ ପକ୍ଷରୁ କିଛିଦିନ ତଳେ ବିଶ୍ୱ ସମୁଦାୟଙ୍କୁ ଆଶ୍ୱାସନା ଦେଇ କୁହାଯାଇଥିଲା ଯେ, ସେମାନେ କୌଣସି ବିଦେଶୀ ଦୂତାବାସର କ୍ଷୟକ୍ଷତି କରିବେ ନାହିଁ । ରାଷ୍ଟ୍ରଦୂତ ମାନଙ୍କୁ ମଧ୍ୟ ସୁରକ୍ଷା ଦେବେ । କିନ୍ତୁ କାନ୍ଦାହାର ଓ ହେରାତରେ ଭାରତ ସରକାରଙ୍କ ବାଣିଜ୍ୟ ଦୂତାବାସକୁ ସଶସ୍ତ୍ର ତାଲିବାନୀ ମାନେ ପ୍ରବେଶ କରି ଦୂତାବାସର ନଥିପତ୍ର ଯାଞ୍ଚ କରିଥିଲେ ।

କେବଳ ଏତିକି ନୁହେଁ ସେଠାରେ ଥିବା ଭାରତ ସରକାରଙ୍କ କାର ଗୁଡ଼ିକୁ ମଧ୍ୟ ନେଇ ପଳାଇଛନ୍ତି ତାଲିବାନୀ । ଏନେଇ ଭାରତର ଜଣେ ବିଦେଶମନ୍ତ୍ରାଳୟର ଅଧିକାରୀ ସୂଚନା ଦେଇଛନ୍ତି । କିଛିଦିନ ଆଗରୁ ଦୂତାବାସ ବନ୍ଦ କରିବାକୁ ମଧ୍ୟ ତାଲିବାନୀ ମାନେ ଭାରତ ସରକାରଙ୍କୁ ବାର୍ତ୍ତା ପଠାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା