Masthead

‘ସରକାରଙ୍କ ସହ ଆଲୋଚନା ସଫଳ ନୁହେଁ କି ବିଫଳ ନୁହେଁ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ପ୍ରତିକ୍ରିୟା । କହିଛନ୍ତି ସରକାରଙ୍କ ସହ ହୋଇଥିବା ଆଲୋଚନା ସଫଳ ନୁହେଁ କି ଵିଫଳ ନୁହେଁ । ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ଅଛି । ପ୍ରତ୍ୟାହୃତ ହୋଇନି । ୩୦ ତାରିଖରେ ସଂଘର ସାଧାରଣ ପରିଷଦ ବୈଠକରେ ଆଗମୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ । ସରକାରଙ୍କୁ ଆମେ ଆମ ରୁଟ ଚାର୍ଟ ଦେଇଛୁ । ସରକାରଙ୍କ ରିଜୋଲ୍ୟୁସନକୁ ଅପେକ୍ଷା କରିଛୁ । ବ୍ଲକରୁ ଜିଲ୍ଲାକୁ ଲକ୍ଷ୍ମୀ ବସ ଗଡିବା ପ୍ରସଙ୍ଗରେ ସରକାର ଓ ସଙ୍ଘ ପ୍ରତିକ୍ରିୟାରେ ରହୁନି ତାଳମେଳ ।

ବ୍ଲକରୁ ଜିଲ୍ଲାକୁ ଲକ୍ଷ୍ମୀ ବସ ଗଡିବ ବୋଲି ମନ୍ତ୍ରୀ ବୟାନ ଦେଇଥିବା ବେଳେ ସଂଘ କହିଛି, ମନ୍ତ୍ରୀ କ’ଣ କହିଛନ୍ତି ଆମେ ଜାଣିନୁ । କିନ୍ତୁ ୩୧ ତାରିଖ ଯାଏଁ ବ୍ଲକରୁ ଜିଲ୍ଲାକୁ ବସ ଗଡ଼ିବ ନାହିଁ । ଘରୋଇ ବସ ମାଲିକ ସଂଘ ଚାପରେ ଗଜପତି ଜିଲ୍ଲାରେ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟକୁ ବସ ଚଳାଚଳ ବନ୍ଦ କରିଛନ୍ତି ସରକାର । ଯଦି ଏହାପରେ ବି ସରକାର ବ୍ଲକରୁ ଜିଲ୍ଲାକୁ ବସ ଚଳାଚଳ କରିବେ, ଏନେଇ ସଂଘ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି