Masthead

ଅଶୋକ ଗେହଲଟଙ୍କ ପୁଅ ବୈଭବଙ୍କୁ ଇଡି ସମନ

ରାଜସ୍ଥାନ (ବଡ଼ ଖବର ବ୍ୟୁରୋ): ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଇଡିର ସମନ୍ । ଅଶୋକ ଗେହଲଟଙ୍କ ପୁଅ ବୈଭବଙ୍କୁ ଇଡି ସମନ କରିଛି । ନିଜେ ଅଶୋକ ଗେହଲଟ ଟ୍ୱିଟ୍ କରିବା ପରେ ଏହି ସୂଚନା ଦେଇଛନ୍ତି । ଗେହଲଟ କହିଛନ୍ତି, ରାଜ୍ୟରେ ମହିଳା, ଚାଷୀ ଏବଂ ଗରିବଙ୍କୁ ଲାଭ ମିଳୁବୋଲି ବିଜେପି ଚାହୁଁନାହିଁ । ତେଣୁ ଇଡିକୁ ବ୍ୟବହାର କରାଯାଉଛି ବୋଲି ଅଶୋକ ଗେହଲଟ ଅଭିଯୋଗ କହିଛନ୍ତି । ରାଜସ୍ଥାନର ଜୟପୁର ହେଉ ଅବା ନୂଆଦିଲ୍ଲୀରେ ଥିବା ଇଡି ଅଫିସରେ ହାଜର ହେବାକୁ ବୈଭବଙ୍କୁ କୁହାଯାଇଛି ।

ବୈଦେଶିକ ମୁଦ୍ରା ଉଲ୍ଲଂଘନ ଅଭିଯୋଗରେ ଇଡି ସମନ କରିଥିବା ଜଣାପଡିଛି । ପୁଅକୁ ଇଡ଼ି ସମନ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି କି ଏହା ମୋ ପୁଅ କିମ୍ବା ପିସିସି ମୁଖ୍ୟଙ୍କ ପ୍ରଶ୍ନ ନୁହେଁ, ଏବେ ଇଡି ସାରା ଦେଶରେ ଆତଙ୍କ ଖେଳାଉଛି । କଂଗ୍ରେସ ତରଫରୁ ଗତକାଲି ୨ଟି ଗ୍ୟାରେଣ୍ଟି ଘୋଷଣା କରିଛି ।

ଏହାକୁ ନଜରରେ ରଖି ବିଜେପି ସରକାର କଂଗ୍ରେସ ପଛରେ ଇଡି ଲଗେଇ ଦେଇଛି । ବିଜେପି ଚାହୁଁଛି କି ରାଜସ୍ଥାନରେ ମହିଳାମାନଙ୍କର ଉନ୍ନତି ନହେଉ । ଇଡିର ନୋଟିସକୁ ନେଇ ଗେହଲଟ କହିଛନ୍ତି କି, ସଂପୃକ୍ତ ମାମଲାରେ ୨୦୦୪ ରୁ ୨୦୧୪ ମଧ୍ୟରେ ୧୧୨ଥର ଯାଂଚ କରାଯାଇଛି । ହେଲେ ଏହି ମାମଲାରେ କିଛି ବି ପ୍ରମାଣ ମିଳିନାହିଁ । ଇଡିର ଏଭଳି ନୋଟିସକୁ ନେଇ ଆମେ ଭୟଭୀତ ନୁହେଁ । ଆମେ ଆସନ୍ତା କାଲି ପୁଣି ରାଜ୍ୟରେ ୫ଟି ଗ୍ୟାରେଣ୍ଟି ଘୋଷଣା କରିବାକୁ ଯାଉଛୁ ବୋଲି ଗେହଲଟ୍ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍ 🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର 🔴 ଲଘୁଚାପ ବର୍ଷା ଚାଷୀଙ୍କ ମୁଣ୍ଡରେ ସାଜିଛି ଚଡ଼କ 🔴 କାଣି ନଦୀରେ ଧସିଲା ବନ୍ଧ 🔴 ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର  🔴 ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, OCS ନିୟମରେ ପରିବର୍ତ୍ତନ 🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ 🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍ 🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର 🔴 ଲଘୁଚାପ ବର୍ଷା ଚାଷୀଙ୍କ ମୁଣ୍ଡରେ ସାଜିଛି ଚଡ଼କ 🔴 କାଣି ନଦୀରେ ଧସିଲା ବନ୍ଧ 🔴 ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର  🔴 ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, OCS ନିୟମରେ ପରିବର୍ତ୍ତନ 🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ