Masthead

ସରକାରୀ ସହାୟତାରୁ ବଞ୍ଚିତ ବାଲୁକା ଶିଳ୍ପୀ

ଟାଙ୍ଗୀ (ବଡ଼ ଖବର ବ୍ୟୁରୋ): ଓଡ଼ିଶା ହେଉଛି କଳାର ଭଣ୍ଡାର । ଏଠି ଅନେକ ପ୍ରତିଭାବାନ କଳାକାର ଅଛନ୍ତି । କିଛି ଲୋକ ଲୋଚନକୁ ଆସୁଛି ତ କିଛି ବଣମଲ୍ଲୀ ବଣରେ ମଉଳି ଯାଉଛି । ଏପରି ଜଣେ ପ୍ରତିଭାବାନ ଯୁବ ବାଲୁକାଶିଳ୍ପୀ ସରକାରୀ ସହାୟତା ନପାଇ ମଉଳିବାକୁ ବସିଲେଣୀ ।

ଖୋର୍ଦ୍ଧା ଜିଲ୍ଲା ବଡ଼ପୋଖରୀଆ ପଞ୍ଚାୟତ କଣ୍ଠପୁର ଗାଁର ଫକୀର ରଣସିଂହଙ୍କ ପୁଅ ଉମାକାନ୍ତ ରଣସିଂହ (୨୦) । ଜଣେ ପ୍ରତିଭାବାନ ବାଲୁକା ଶିଳ୍ପୀ ଭାବରେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଜିଲ୍ଲାର ବିଭିନ୍ନ ସଂଗଠନ, ବିଜୁ ଯୁବ ବାହିନୀ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି । ଉମାକାନ୍ତଙ୍କ ବାପା ଜଣେ ଗରିବ ଦିନ ମଜୁରିଆ ହୋଇଥିବା ବେଳେ ଉମାକାନ୍ତ ପିଲାଟି ବେଳରୁ ବାଲୁକା କଳା ପ୍ରତି ମନ ବୋଳାଇଥିଲେ । ପୁଅର ଆଗ୍ରହ ଦେଖି ଫକୀର ବରିଷ୍ଠ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ନିକଟକୁ ବାଲୁକା ଶିକ୍ଷା ଲାଗି ପଠାଇଥିଲେ । ଶିକ୍ଷା ଲାଭ କରି ଦିର୍ଘ ୨ବର୍ଷ ହେବ ସରକାରୀ ସହାୟତା ପାଇବା ଲାଗି ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଉମାକାନ୍ତ ଜଣେ ପ୍ରତିଭାବାନ ଛାତ୍ର ଭାବରେ ଚଳିତ ବର୍ଷ ସତ୍ୟବାଦୀ ସଂସ୍କୃତ ମହାବିଦ୍ୟାଳୟ,ବଡ଼ପୋଖରୀଆରୁ ୪୨୪ ମାର୍କ ରଖି ଉର୍ତ୍ତିଣ୍ଣ ହୋଇଥିବା ଜଣାପଡିଛି । ସରକାରଙ୍କ ତରଫରୁ ଏହି ଯୁବ ବାଲୁକା ଶିଳ୍ପୀକୁ ସରକାରୀ ସହାୟତା କେବେ ମିଳୁଛି ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର