Masthead

ବନ୍ଧା ହେଲେ ପୂର୍ବତନ ବିଧାୟକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):   ବିଶାଖାପାଟଣା ପଶ୍ଚିମ ଜୋନର ପୂର୍ବତନ ବିଧାୟକ ତଥା ୱାଇଏସ୍ଆରସିପି ନେତା ମଲ୍ଲା ବିଜୟ ପ୍ରସାଦଙ୍କୁ ଓଡିଶା ପୋଲିସ ଗିରଫ କରିଛି । ୨୦୧୯ ଚିଟଫଣ୍ଟ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗରେ ବିଶାଖାପାଟଣାରୁ ଇଓଡବ୍ଲୁ ତାଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି । ସୂଚନା ଅନୁଯାୟୀ, ଗତ ସୋମବାର ତାଙ୍କୁ କ୍ରାଇମବ୍ରାଞ୍ଜ ଏ ନେଇ ଭାଇଜାକ୍ ସ୍ଥିତ ଏମଭି ପ୍ରସାଦଙ୍କ ଘରେ ରେଡ କରିଥିଲା । ଏହା ପରେ ୪୫ ଲକ୍ଷ ଟଙ୍କା ଜବତ ମଧ୍ୟ କରିଥିଲା ।

ତେବେ ତାଙ୍କ ଉପରେ ଓଡ଼ିଶା,ଆନ୍ଦ୍ର,ଛତିଶଗଡ ଆଦି ଅଞ୍ଚଳରୁ ଶହ ଶହ ହିତାଧିକାରୀଙ୍କ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏହି କମ୍ପାନି ବିଭିନ୍ନ ଅଞ୍ଚଳରେ ନିଜ ଶାଖା ଖୋଲି ଲେକଙ୍କଠୁ ଟଙ୍କା ଆଦାୟ କରିଥିଲେ । ହେଲେ ପରିବର୍ତ୍ତୀ ସମୟରେ ଲୋକଙ୍କ ଟଙ୍କା ଫେରାଇ ନଥିଲେ । ଏହା ପରେ ସେମାନେ ଅଭିଯୋଗ କରିଥିଲେ । ତେବେ ଗତକାଲି ଓଡ଼ିଶା ସିଆଇଡି ଟିମ ତାଙ୍କୁ ବିଶାଖାପାଟଣା ସ୍ଥିତ ଘରେ ଚଢାଉ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’