Masthead

ତାନ୍ତ୍ରିକ ସାଜିଲେ ଟ୍ୟୁସନ ମାଷ୍ଟର

ମାହାଙ୍ଗା, (ବଡ଼ ଖବର ବ୍ୟୁରୋ): କଟକ ଜିଲ୍ଲା ମାହାଙ୍ଗା ଥାନା କୋଳିଅଠା ଗ୍ରାମପଞ୍ଚାୟତରେ କିଛି ଦିନ ଧରି ଏକ ଭଣ୍ଡ ତାନ୍ତ୍ରିକ ନିଜର ସାମ୍ରାଜ୍ୟ ବିସ୍ତାର କରିଚାଲିଥିଲା । ନିଜକୁ ତାନ୍ତ୍ରିକ କହି ଗ୍ରାମର କିଛି ନିରୀହ ଲୋକଙ୍କ ଅନୁଭୂତି ସହ ଖେଳ ଖେଳୁଥିଲା । ଗାଁର ଏକ ଯୁବତୀଙ୍କୁ ତନ୍ତ୍ର ସାଧନା ବଳରେ ୫ ଦିନ ହେବ ଅପହରଣ କରି ନେଇଥିଲା । ଝିଅର ମା-ବାପା ଖୋଜାଖୋଜି କରିବା ପରେ ଜାଣିପାରିଲେ ଝିଅ ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ଅଛି ବୋଲି । ଅପହୃତ ଝିଅର ଖବର ପାଇ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ଯାଜପୁର ଜିଲ୍ଲା ବରୀ ଅଞ୍ଚଳ ଯାଇ ଯୁବତୀଙ୍କୁ ଉଦ୍ଧାର କରିଛି ମାହାଙ୍ଗା ପୋଲିସ ।

ଭଣ୍ଡ ତାନ୍ତ୍ରିକ ସୁଜିତ ଜୟନାରାୟଣ କିଛି ଦିନ ତଳେ ସେହି ଗ୍ରାମରେ ରହି ଟ୍ୟୁସନ କରୁଥିଲେ ଏବଂ ନିଜ ତନ୍ତ୍ର ବଳରେ ଟ୍ୟୁସନ ର ନାବାଳିକା ଝିଅଙ୍କୁ ଅପହରଣ କରି ତାଙ୍କ ସହ ଅସଦାଚରଣ କରୁଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅପହୃତ ଯୁବତୀଙ୍କୁ ନ୍ୟାୟ ଦେବା ସହ ଭଣ୍ଡ ତାନ୍ତ୍ରିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ମାହାଙ୍ଗା ଥାନା ଘେରାଉ କରିଛନ୍ତି କୋଳିଅଠା ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ