Masthead

ତାନ୍ତ୍ରିକ ସାଜିଲେ ଟ୍ୟୁସନ ମାଷ୍ଟର

ମାହାଙ୍ଗା, (ବଡ଼ ଖବର ବ୍ୟୁରୋ): କଟକ ଜିଲ୍ଲା ମାହାଙ୍ଗା ଥାନା କୋଳିଅଠା ଗ୍ରାମପଞ୍ଚାୟତରେ କିଛି ଦିନ ଧରି ଏକ ଭଣ୍ଡ ତାନ୍ତ୍ରିକ ନିଜର ସାମ୍ରାଜ୍ୟ ବିସ୍ତାର କରିଚାଲିଥିଲା । ନିଜକୁ ତାନ୍ତ୍ରିକ କହି ଗ୍ରାମର କିଛି ନିରୀହ ଲୋକଙ୍କ ଅନୁଭୂତି ସହ ଖେଳ ଖେଳୁଥିଲା । ଗାଁର ଏକ ଯୁବତୀଙ୍କୁ ତନ୍ତ୍ର ସାଧନା ବଳରେ ୫ ଦିନ ହେବ ଅପହରଣ କରି ନେଇଥିଲା । ଝିଅର ମା-ବାପା ଖୋଜାଖୋଜି କରିବା ପରେ ଜାଣିପାରିଲେ ଝିଅ ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ଅଛି ବୋଲି । ଅପହୃତ ଝିଅର ଖବର ପାଇ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ଯାଜପୁର ଜିଲ୍ଲା ବରୀ ଅଞ୍ଚଳ ଯାଇ ଯୁବତୀଙ୍କୁ ଉଦ୍ଧାର କରିଛି ମାହାଙ୍ଗା ପୋଲିସ ।

ଭଣ୍ଡ ତାନ୍ତ୍ରିକ ସୁଜିତ ଜୟନାରାୟଣ କିଛି ଦିନ ତଳେ ସେହି ଗ୍ରାମରେ ରହି ଟ୍ୟୁସନ କରୁଥିଲେ ଏବଂ ନିଜ ତନ୍ତ୍ର ବଳରେ ଟ୍ୟୁସନ ର ନାବାଳିକା ଝିଅଙ୍କୁ ଅପହରଣ କରି ତାଙ୍କ ସହ ଅସଦାଚରଣ କରୁଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅପହୃତ ଯୁବତୀଙ୍କୁ ନ୍ୟାୟ ଦେବା ସହ ଭଣ୍ଡ ତାନ୍ତ୍ରିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ମାହାଙ୍ଗା ଥାନା ଘେରାଉ କରିଛନ୍ତି କୋଳିଅଠା ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ