Masthead

ଦରଦୀ ବନ୍ଧୁ

ଟାଙ୍ଗୀ-ଚୌଦ୍ୱାର (ବଡ଼ ଖବର ବ୍ୟୁରୋ): ମରି ନାହିଁ ମାନବିକତା । ବଞ୍ଚିଛି ମଣିଷ ପଣିଆ । କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ମଙ୍ଗୁଳି ନିର୍ଗୁଣ୍ଡି ରେଳ ଷ୍ଟେସନ ଓ ଟୋଲଗେଟ ପାଖରେ ଦେଖିବାକୁ ମିଳିଛି ଏହାର ନିଚ୍ଛକ ଉଦାହରଣ । ଗତ କିଛି ମାସ ହେବ ମାନସିକ ଭାରସାମ୍ୟ ହରାଇ ବିବସ୍ତ୍ର ହୋଇଥିବା ଜଣେ ଅସହାୟ ରାସ୍ତା କଡ଼ରେ ପଡି ରହିଥିଲେ । ବାମ ଗୋଡ଼ଟି ଦୀର୍ଘ ମାସ ଧରି ପଚି ସଢ଼ି ଯାଇଛି । ସେଥିରେ ପୋକ ମାଛି ହେବା ସହ ପୂଜ ଜମି ଯାଇଥିଲା । ଅତି ଦୟନୀୟ ଅବସ୍ଥାରେ ରାସ୍ତାକଡ଼ରେ ସେ ପଡ଼ି ରହିଥିଲେ ।

ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶାର ପ୍ରତିଷ୍ଠାତା ତଥା ମୁଖ୍ୟ ବ୍ୟବସ୍ଥାପକ ଶିବଶଙ୍କର ଦାଶଙ୍କ ତତ୍ୱାବଧାନରେ କଟକ ସଭାପତି ଅକ୍ଷୟ ଆଚାର୍ଯ୍ୟ , ଟୁକୁନା ଦାସ, ସିଦ୍ଧାର୍ଥ ରାଉତ , ସୌମ୍ୟରଞ୍ଜନ ସାହୁ, ବିଶ୍ୱରଞ୍ଜନ ମହାରଣା ପ୍ରମୁଖ ନିର୍ଗୁଣ୍ଡି ଟୋଲଗେଟ ଠାରେ ପହଁଚି ଥିଲେ । ତାଙ୍କୁ ଅପରିସ୍କାର ଜାଗାରୁ ଉଦ୍ଧାର କରି ଦାଢ଼ି – ଚୁଟି – ନଖକୁ କାଟି ଗାଧୋଇ ଦେଇ ବସ୍ତ୍ର ପିନ୍ଧାଇ ଥିଲେ । ଆଘାତ ହୋଇଥିବା ଗୋଡ଼ରୁ ପୋକ ପୂଜ ବାହାର କରି ପ୍ରାଥମିକ ଚିକିତ୍ସା କରିଥିଲେ । ଭୋକିଲା ଥିବା ହେତୁ ତାଙ୍କୁ କିଛି ଖାଇବାକୁ ଦେଇ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଇଛନ୍ତି । ଆଗାମୀ ଦିନରେ ତାଙ୍କ ଗୋଡର ଅପରେସନ୍ ହେବ । ଆଣ୍ଠୁ ତଳକୁ ଗୋଡ଼ କଟାଯିବ । ସମସ୍ତ ଖର୍ଚ୍ଚ ଗ୍ରୁପ୍ ବହନ କରିବା ସହ ତାଙ୍କର ଥଇଥାନ ବ୍ୟବସ୍ଥା ମଧ୍ୟ ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା କରିବ ବୋଲି ପ୍ରତିଷ୍ଠାତା ଶିବଶଙ୍କର କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ