Before Header

ଶନିବାର, ରବିବାର ଖୋଲା ରହିବ ନନ୍ଦନକାନନ

0 74

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  କରୋନା କଟକଣା ଯୋଗୁ ପୂର୍ବରୁ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଶନିବାର ଓ ରବିବାର ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଉଥିଲା । ଟ୍ୟୁନ୍ସିଟିରେ ସପ୍ତାହାନ୍ତ ସଟଡାଉନ ପାଇଁ ସରକାର ଏଭଳି ନିୟମ ଜାରି କରିଥିଲେ । ହେଲେ ଏବେ ସେପ୍ଟେମ୍ବର ମାସର ନୁଆ ଗାଇଡଲାଇନ ଅନୁଯାଇ ରାଜ୍ୟରୁ ସପ୍ତାହାନ୍ତ ସଟ୍ଡାଉନ ହଟିବା ପରେ ଏହି ୨ ଦିନ ନନ୍ଦନକାନନ ଖୋଲା ରହିବ । ଏଣିକି ପୂର୍ବଭଳି ସପ୍ତାହକୁ ୬ ଦିନ ନନ୍ଦନକାନନ ଖୋଲି ରହିବ । ପର୍ଯ୍ୟଟକମାନେ ସପ୍ତାହକୁ ୬ ଦିନ ନନ୍ଦନକାନନରେ ବୁଲାବୁଲି କରିପାରିବେ । ଆଉ ପୂର୍ବପରି ପ୍ରତି ସପ୍ତାହର ସୋମବାର ଦିନ ନନ୍ଦନକାନନ ବନ୍ଦ ରହିବ ବୋଲି କହିଛନ୍ତି କର୍ତ୍ତୁପକ୍ଷ ।

Leave A Reply

Your email address will not be published.