Masthead

ସ୍ମୃତିରେ ତପୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସ୍ମୃତିରେ ତପୁ । ଓଡ଼ିଶାବାସୀଙ୍କ ମନରେ ଚିରଦିନ ପାଇଁ ଅମର ରହିବେ ଦିବଙ୍ଗତ କଣ୍ଠଶିଳ୍ପୀ ତପୁ ମିଶ୍ର । ତପୁଙ୍କ ସ୍ମୃତିରେ ଗଠନ ହେବ ତପୁ ମିଶ୍ର ସଂଗୀତ ମେମୋରିଆଲ ଫାଉଣ୍ଡେସନ । ସୋମବାର ତାଙ୍କ ଦଶାହ ଅବସରରେ ଏନେଇ ଘୋଷଣା କରିଛନ୍ତି ତପୁଙ୍କ ପରିବାର ଲୋକେ । ତପୁଙ୍କ ଚିକିତ୍ସା ପାଇଁ ଲୋକେ ପଠାଇଥିବା ଅର୍ଥ ରାଶୀରେ ଏହି ଅନୁଷ୍ଠାନ ଆରମ୍ଭ ହେବ । ଓଡ଼ିଶା କଳା ସଂଗୀତ ଜଗତରେ ଅସୁବିଧାରେ ପଡିଥିବା ଲୋକଙ୍କୁ ସାହାର୍ଯ୍ୟ କରିବା ଲକ୍ଷରେ ଏହା ଆରମ୍ଭ ହେବାକୁ ଯାଉଛି । ଦୀର୍ଘ ଦୁଇ ଦଶନ୍ଧି ଧରି ଓଡ଼ିଆ ଦର୍ଶକଙ୍କ ମନରେ ରାଜ କରିଥିଲେ କଣ୍ଠଶିଳ୍ପୀ ତପୁ ମିଶ୍ର ।

ଅନେକ ହିଟ ଗୀତ ଗାଇ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରାଇ ପାରିଥିଲେ । ଗତ ମେ ମାସ ୨୦ ତାରିଖରେ କରୋନା ଆକ୍ରାନ୍ତ ହୋଇଥିଲେ ତପୁ । ଏହାପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏନ୍ୟ ଏକ ହସ୍ପିଟାଲକୁ ପଠାଯାଇଥିଲା । ସେଠାରେ ସେ କରୋନାରୁ ସୁସ୍ଥ ହୋଇଥିଲେ ସୁଦ୍ଧା ତାଙ୍କ ଫୁସଫୁସ ୭୫ ପ୍ରତିଶତ ନଷ୍ଟ ହୋଇଯାଇଥିଲା । ଅଧିକ ଚିକିତ୍ସା ପାଇଁ ତପୁଙ୍କ ନିକଟକୁ ଛୁଟିଥିଲା ସହାୟତାର ହାତ । ଅନେକ ଦିନ ଚିକିତ୍ସା ଚାଲିବା ପରେ ଶେଷରେ ମାତ୍ର ୩୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ତେବେ ତପୁଙ୍କ ସହୟତା ପାଇଁ ଆସିଥିବା ଅର୍ଥରାଶିକୁ ଲୋକଙ୍କ ପାଇଁ ଖର୍ଚ୍ଚ କରିବାକୁ ସ୍ଥିର କରିଛନ୍ତି ତାଙ୍କ ପରିବାର । ଏହି ଅର୍ଥରାଶିରେ ତପୁ ମିଶ୍ର ସଂଗୀତ ମେମୋରିଆଲ ଫାଉଣ୍ଡେସନ ଗଠନ ହେବ । ଯାହା ଆଗମି ଦିନରେ କଳା ଓ କଳାକାରଙ୍କୁ ସହାୟତାର ହାତ ବଢାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି