Masthead

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମଞ୍ଚରେ ମୁହାଁମୁହିଁ ହେଲେ ତାରା-ବଳଭଦ୍ର

ପରବ ମଞ୍ଚରେ ବିଜେପି ସାଂସଦ ବନାମ କଂଗ୍ରେସ ବିଧାୟକଙ୍କ ବାକଯୁଦ୍ଧ । ମଝିରେ ମୁଖ୍ୟମନ୍ତ୍ରୀ ଏପାଖେ ସେପାଖେ ବସିଥିଲେ ବଳଭଦ୍ର ମାଝୀ ଓ ତାରାପ୍ରସାଦ ବାହିନୀପତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ଅଞ୍ଚଳର ସମସ୍ୟାକୁ ନେଇ କଥା କଟାକଟି । କୌଣଷି ଏକ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଥିବା ବେଳେ ବୁଝାଇଥିଲେ ସିଏମ । ଲୋକଲୋଚନରେ ଥିବା ନେତାଙ୍କ ଏମିତି ଲଢେଇ ହୁଏତ ପୂର୍ବରୁ ଦେଖିବାକୁ ମିଳିନଥିବ । କିଛି ସମୟ ପାଇଁ ବି ସମସ୍ତେ ତାଜୁବ ହୋଇଯାଇଥିଲେ । ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟସ୍ତତା କରିଥିଲେ । ଏଭଳି କେହି କେବେ ଦେଖି ନଥିବେ ।

ଦେଖିଲେ ତ କେମିତି ଯୁକ୍ତିତର୍କ ଚାଲିଥିଲା ଦୁଇ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ । କାହିଁକି ନା ଲୋକଙ୍କ ସମସ୍ୟା ସମାଧାନ କରିବାର ଆବଶ୍ୟକତା ରହିଛି । ଆଉ ଯେତେବେଳେ ପରବ ଭଳି ପର୍ବ ଚାଲିଛି ଠିକ୍ ଏତିକି ବେଳେ ନିଜ ନିଜର ଦବଦବା ଦେଖାଇବାକୁ ନିଶ୍ଚୟ ଚାହିଁଥିବେ ଦୁଇ ନେତା । ସମସ୍ୟା ଉଠାଇଲେ ଦୁଇ ଜଣ, ହେଲେ ସମାଧାନର ବାଟ କାଢିଲେ ମୁଖ୍ୟମନ୍ତ୍ରୀ । ଆରୋପ ପ୍ରତ୍ୟାରୋପ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଏଣ୍ଟ୍ରି ପରେ ପୁଣି ସୁରୁଖୁରୁରେ ଚାଲିଥିଲା କାର୍ଯ୍ୟକ୍ରମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ