Masthead

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଟାଟୁ ଟକ୍କର: ସୋସିଆଲ ମିଡିଆରେ ଚର୍ଚ୍ଚା

କଟକ (ବଡ଼ ଖବର ବ୍ୟୁରୋ): ଫେସବୁକରୁ ଆରମ୍ଭ ହୋଇଥିଲେ ପ୍ରେମ । ଏହାପରେ ଦୁହେଁଦୁହିଁଙ୍କୁ ବିବାହ କରିଥିଲେ । କିନ୍ତୁ ଏବେ ଉଭୟଙ୍କ ମଧ୍ୟରେ ଦେଖାଦେଇଛି ବିବାଦ । ବିବାଦର କାରଣ ଏକ ଟାଟୁ । ଟାଟୁ ପାଇଁ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଫାଟ । ଉଭୟ ପତିପତ୍ନୀ ପରସ୍ପର ବିରୋଧରେ ଆଣିଛନ୍ତି ନିର୍ଯ୍ୟାତନା ଅଭିଯୋଗ। ସ୍ତ୍ରୀ ନିଜ ବୟଫ୍ରେଣ୍ଡ ସହ ମିଶି ନିର୍ଯ୍ୟାତନା ଦେଉଥିବା ନେଇ କଟକ ସିଡିଏ ଅଞ୍ଚଳର ମୋହିତ ଶର୍ମା ଥାନାରେ ଅଭିଯୋଗ କରିଥିବା ବେଳେ ୧୫ ଲକ୍ଷ ଟଙ୍କା ପାଇଁ ସ୍ୱାମୀ ଟର୍ଚର କରୁଥିବା କହିଛନ୍ତି ପତ୍ନୀ। ଉଭୟଙ୍କୁ ଶୁକ୍ରବାର କଟକ ମହିଳା ଥାନାରେ କାଉନସେଲିଂ କରାଯିବ ।

ମୋହିତଙ୍କ ଅଭିଯୋଗ ଅନୁଯାୟୀ, ଫେସବୁକରେରୁ ଚିହ୍ନା ପରିଚୟ ହେଲା। ସୋନାଲିଙ୍କର ପୂର୍ବରୁ ବୟଫ୍ରେଣ୍ଡ ଥିବା ଓ ତାଙ୍କ ଦେହରେ ତାଙ୍କ ବୟଫ୍ରେଣ୍ଡ ନାଁରେ ଟାଟୁ ଥିବା ମୁଁ ଜାଣି ନ ଥିଲି। ଏପରିକି ପୂର୍ବ ସମ୍ପର୍କକୁ ନେଇ ତାଙ୍କ ଗୋଡ଼କୁ ଫାୟାରିଂ ହୋଇଥିବା ଘଟଣା ମୁଁ କିଛି ଜାଣି ନ ଥିଲି। କିଛି ଦିନ କଥାପରେ ସେ ଧମକ ଦେଇ ମୋତେ ବିବାହ କଲେ। ନଭେମ୍ବର ୨୫ରେ ଆମ ବିବାହ ହେଲା। ବିବାହ ପରେ ନିଜ ପୁରୁଣା ବୟଫ୍ରେଣ୍ଡ ସହ ମିଶି ସେ ଅଶ୍ଲୀଳ ଭି଼ଡିଓ କରି ମୋ ପାଖକୁ ପଠାଇ ଭାଇରାଲ କରିବାକୁ ବାରମ୍ବାର ଧମକ ଦେଇଥିଲେ । ଏପରି ଝିଅ ସହ ରହିପାରିବିନି, ଛାଡ଼ପତ୍ର ଦରକାର କହି ମୋହିତ ମର୍କତ ନଗର ଥାନାରେ ଅଭିଯୋଗ କରିଛନ୍ତି । ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବାକୁ ଧମକ ବି ଦେଇଛନ୍ତି ।

ସେପଟେ ସ୍ୱାମୀ ମୋହିତଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି ପତ୍ନୀ ସୋନାଲି । ସେ କହିଛନ୍ତି, ବାହାଘର ପରେ ମୋହିତ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ । ମୋହିତ ତାଙ୍କୁ ବାରମ୍ବାର ଟଙ୍କା ମାଗନ୍ତି । ବ୍ୟବସାୟ ପାଇଁ ସେ ୧୫ ଲକ୍ଷ ଟଙ୍କା ମାଗୁଥିଲେ ସେ ଟଙ୍କା ନ ଦେବାରୁ ତାଙ୍କୁ ମାରିଦେବାର ଧମକ ଦେଇଥିବା ମୋହିତଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ପତ୍ନୀ । ଏନେଇ ସେ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଏଥିସହ ସେ କହିଛନ୍ତି, ମୋ ଟାଟୁ ପାଇଁ ଯଦି ସମ୍ପର୍କ ବିଗିଡ଼ିଲା, ଆଗରୁ କହିଲେନି କାହିଁକି। ମୁଁ ମୋ ପୂର୍ବ ସମ୍ପର୍କ କଥା ତାଙ୍କୁ କହିଥିଲା। ଫେସବୁକ ଚାଟରୁ ଆମ ସମ୍ପର୍କ ହେଲା।

ତାଙ୍କୁ, ତାଙ୍କ ପରିବାର ଲୋକଙ୍କୁ ମୋ ପୂର୍ବ କଥା ସବୁ କହିଥିଲି। ସେଥିରେ ତାଙ୍କର କିଛି ଅସୁବିଧା ନ ଥିଲା। ଏହାପରେ ଆମ ବିବାହ ହେଲା। ବାହାଘରର ୫ ମାସ ପରେ ମୋତେ ନିର୍ଯ୍ୟାତନା ଦେବା ଆରମ୍ଭ କଲେ। ଟଙ୍କା ଆଣିବାକୁ ସବୁବେଳେ ମାରପିଟ କରୁଥିଲେ, ମୋ ସୁନା ସବୁ ନେଇଗଲେ।ଏନେଇ ଯୁବତୀଙ୍କ ବାପା କହିଛନ୍ତି, ଝିଅ ବାହାଘରରେ ସମୁଦାୟ ୨୦ ଲକ୍ଷ ଖର୍ଚ୍ଚ କଲି। ଏବେ ପୁଣି ୧୫ ଲକ୍ଷ ଟଙ୍କା ପାଇଁ କହୁଛି। ମନା କରିବାରୁ ଝିଅକୁ ନିର୍ଯ୍ୟାତନା ଦେଉଛନ୍ତି, ତା’ ନାଁରେ ଅଭିଯୋଗ ଆଣୁଛନ୍ତି। ଝିଅ ଫ୍ୟାଶନ ଡିଜାଇନିଂ କରୁଥିବା ବେଳେ ଜଣେ ଯୁବକ ତା ଗୋଡ଼କୁ ଫାୟାରିଂ କରିଥିଲା। ମୋହିତ ସବୁ ଜାଣି ଆମ ଝିଅକୁ ବାହା ହୋଇଛି। ଆଉ ଏବେ ମିଡିଆ ସାମ୍ନାରେ ନାନା ବାହାନା କରି ନିର୍ଯ୍ୟାନା କଥା କହୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ