Masthead

ଝୁମ୍ପୁଡ଼ି କୁଡ଼ିଆରେ ବିତୁଛି ଜୀବନ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ଝୁମ୍ପୁଡ଼ି କୁଡିଆରେ ବିତୁଛି ଜୀବନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ କଣ୍ଟାଗାଁ ପଂଚାୟତର ମେରେଇ ଗ୍ରାମରେ । ମେରେଇ ଗ୍ରାମର ଭଗତ ହରିଜନ । ବୟସ ୭୦ ପାଖାପାଖି ହେବ । ସେ ଆଜକୁ ୧୦ବର୍ଷ ହେବ ନିଜର ଘର, ଜମି କିଛି ନଥିବା ଯୋଗୁଁ ଗାଁ ମୁଣ୍ଡରେ ଥିବା ଏକ ବିଲ ନିକଟରେ ଛେଳି କୁଡ଼ିଆ ସଦୃଶ୍ୟ ଭଙ୍ଗା କୁଡ଼ିଆରେ ଭିକ ମାଗି ବିତାଉଛନ୍ତି ଜୀବନ ।

ନିଜ ସ୍ତ୍ରୀ ଆଜକୁ ୧୦ ବର୍ଷରୁ ଊଦ୍ଧ୍ୱର୍ ହେବ ଘର ଛାଡି ଚାଲିଯାଇଥିବା ବେଳେ ଝିଅ ଅନ୍ୟତ୍ର ବିବାହ ହୋଇ ଚାଲିଗଲା । ପରେ ଭଗତ ଏକୁଟିଆ ନିଜର ଏକ କୁଡ଼ିଆରେ ରହି ନିଜର ପୁରୁଣା ରାସନ କାର୍ଡରେ ୧୦କେଜି ଚାଉଳ ପାଉଥିଲା ଏବଂ ବାହାରେ କୁଲି ମଜୁରି କରି ଚଲିଯାଉଥିଲେ । ଆଜକୁ ଏକ ବର୍ଷ ହେବ କୌଣସି କାରଣ ଯୋଗୁଁ ବିଚରା ଭଗତଙ୍କର ଚାଉଳ ମିଳିବା ବନ୍ଦ ହୋଇଗଲା ।

ଭଗତଙ୍କ କହିବା ଅନୁଯାଇ ସେ ଚାଉଳ ପାଇଁ ବାରମ୍ବାର ପଂଚାୟତରେ ଅଭିଯୋଗ କରିଥିଲେ ହେ କେହି ଶୁଣି ନଥିଲେ । ବାର୍ଦ୍ଧକ୍ୟ ଭତ୍ତା ପାଇଁ ବି ସେ ବହୁ ଲୋକଙ୍କ ନିକଟରେ ଗୁହାରି କରିଥିଲେ । ଭତ୍ତା ପାଇବାରୁ ବଞ୍ଚିତ ଭଗତ ଏବେ ଭିକ ମାଗି ଖରା ବର୍ଷା ସହି ଝୁମ୍ପୁଡ଼ି ରେ ପଡ଼ିରହିଛନ୍ତି । ଭଗତକୁ ସରକାରଙ୍କ ତରଫରୁ ସମସ୍ତ ସହାୟତା ଯୋଗାଇ ଦେବାପାଇଁ ଭଗତ ହରିଜନ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ