Masthead

ଆନ୍ଦୋଳନରେ ଶିକ୍ଷକ, ପ୍ରଭାବିତ ହେଉଛି ପାଠପଢା

ନାକଟିଦେଉଳ(ବଡ଼ କବର ବ୍ୟୁରୋ): ଓଡିଶା ପ୍ରାଥମିକ ଶିକ୍ଷକ ଫେଡେରେସନର ଡାକରାରେ ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକ ମାନେ ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଗତ ୮ତାରିଖଠାରୁ ଏହି ପ୍ରାଥମିକ ଶିକ୍ଷକ ମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଆନ୍ଦୋଳନକୁ ଜାରି ରଖିଛନ୍ତି l ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର ପ୍ରାଥମିକ ଶିକ୍ଷକ ମାନେ ମଧ୍ୟ ସଂଘର ଆହ୍ୱାନକୁ ସମର୍ଥନ ଜଣାଇଛନ୍ତି l

ଏନପିଏସ ଶିକ୍ଷକ ସଂଘର ଜିଲ୍ଲା ସଭାପତି ପ୍ରମୋଦ କୁମାର ପ୍ରଧାନ,ବ୍ଲକ ସଭାପତି ଗୁରୁଚରଣ ବିଶ୍ୱାଳ,ସଂପାଦକ ମହେଶ୍ୱର ପ୍ରଧାନ,ଲୋକନାଥ ସାମଲ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଅଶ୍ୱିନୀ କର ପ୍ରମୁଖଙ୍କ ନେତୃତ୍ୱରେ ବ୍ଲକର ୨୫୦ଜଣ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ବି ଇ ଓ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି l ଶିକ୍ଷକ ମାନେ ସ୍କୁଲ ନଯାଇ ଏହି ଆନ୍ଦୋଳନରେ ସାମିଲ ହେବା ଫଳରେ ନାକଟିଦେଉଳ ବ୍ଲକର ୧୨୦ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢା ପ୍ରଭାବିତ ହୋଇଥିବା ବେଳେ ୨୦ଟି ବିଦ୍ୟାଳୟରେ ପାଠ ପଢା ସମ୍ପୂର୍ଣ୍ଣ ଠପ ହୋଇ ପଡ଼ିଥିବା ଜଣାପଡିଛି l ତେବେ ସରକାର ସେମାନଙ୍କ ଏହି ନ୍ୟାଯ୍ୟ ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆ ଯାଇଛି l

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ