Masthead

୨୦୨୫ରେ ଉଡାଣ ଭରିବ ତେଜସ ଏମକେ-୨

ନୂଆଦିଲ୍ଲୀ(ବଡ଼ଖବର ବ୍ୟୁରୋ):ଭାରତ ଭଳି ଶକ୍ତିଶାଳୀ ସାମରିକ ସେନାରେ ଯୋଡି ହେବାକୁ ଯାଉଛି ଆଉ ଏକ ସଫଳତା । କାରଣ ଖୁବ ଶୀଘ୍ର ଭାରତ ହାତେଇବାକୁ ଯାଉଛି ତେଜସ ଏମକେ-୨ ରାଫେଲ ବିମାନ । ଆମେରିକା ଓ ଭାରତ ମଦ୍ୟରେ ଏହି ଚୁକ୍ତି ଆଧାରରେ ଏହାକୁ ଭାରତରେ ହିଁ ତିଆରି କରାଯିବ । ଆମେରିକୀୟ କମ୍ପାନୀ ଜେନେରାଲ ଇଲେକ୍ଟ୍ରିକ ନିଜର ଏଫ୪୧୪ ଇଂଜିନକୁ ଭାରତରେ ନିର୍ମାଣ କରିବ । ଯେଉଁଥି ପାଇଁ ଭାରତୀୟ ସରକାରୀ କମ୍ପାନୀ ହିନ୍ଦୁସ୍ତାନ ଏରୋନେଟିକସ୍ ଲିମିଟେଡ ବା ଏଚଏଏଲ ସହ ମିଳିତ ଭାବେ କାର୍ଯ୍ୟ କରିବ । ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଆମେରିକା ଗସ୍ତରେ ଏହି ଫାଇଟର ଜେଟର ଇଂଜିନକୁ ନେଇ ଶକ୍ତିଶାଳୀ ରାଷ୍ଟ୍ର ସହ ଚୁକ୍ତି କରିଥିଲେ ।

ଏହି ଫାଇଟର ବିମାନ ସହ ତେଜସ ଏମକେ-୨ବିମାନ ଭାରତରେ ମାନ୍ୟୁଫ୍ୟାକ୍‌ଚରିଂର ରାସ୍ତାକୁ ପ୍ରଶସ୍ତ କରିବ ବୋଲି ଆଶା କରାଯାଉଛି । ତେବେ ଏହି ବିମାନ ୨୦୨୫ରେ ଉଡାଣ ଭରିବ ବୋଲି ଆଶା କରାଯାଉଛି । ଏନେଇ ଏଚଏଏଲ ଏଜେନ୍ସିର ଅଧ୍ୟକ୍ଷ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସୂଚନା ଦେଇଛନ୍ତି । ତେବେ ତେଜସ ଏମକେ-୨ର କ’ଣ ରହିଛି ବିଶେଷତ୍ୱ? ପ୍ରଥମତଃ ତେଜସ ଏମକେ-୨ ବିମାନରେ ଆମେରିକୀୟ କମ୍ପାନୀ ଜେନେରାଲ ଇଲେକ୍ଟ୍ରିକର ଏଫ୪୧୪ ଇଂଜିନ ଲାଗିଲେ ବିମାନ ଆହୁରି ଶକ୍ତିଶାଳୀ ହୋଇଯିବ । ତେଜସ ଏମକେ-୧ ତୁଳନାରେ ତେଜସ ଏମକେ-୨ ଆକାର ଓ ଓଜନରେ ଅଧିକ ଓ ବଡ଼ ।

ଏଥିରେ କେବଳ ଗୋଟିଏ ବିମାନ ହିଁ ରହିବ । ଏଚଏଏଲ ଏଜେନ୍ସିର ଅଧ୍ୟକ୍ଷଙ୍କ କହିବା ମୁତାବକ ଏହି ରାଫେଲ ଅନ୍ୟ ଫାଇଟର ବିମାନମାନଙ୍କ ତୁଳନାରେ ଉନ୍ନତ । ପାଖାପାଖି୨୦୦ଟି ତେଜସ ଏମକେ-୨ ବିମାନ ନିର୍ମାଣ କରାଯିବାର ଯୋଜନା ରହିଛି । ଏହି ଇଂଜିନରେ ଫ୍ରାନ୍ସ ଓ ବ୍ରିଟିଶ ରୋଲ୍ସ ରାୟସ ଇଂଜିନକୁ ଲଗାଇବା ପାଇଁ ବିଚାର କରାଯାଉଥିଲା । କିନ୍ତୁ ପରବର୍ତୀ ସମୟରେ ଏହି ବିଚାରରେ ପରିବର୍ତନ କରାଯାଇଥିଲା । ଏଥିରେ ବ୍ୟବହାର କରାଯିବାକୁ ଥିବା ଅତ୍ୟାଧୁନିକ ରାଡାର, ହତିଆର ଓ ଅନ୍ୟ ସିଷ୍ଟମ ଗୁଡିକ ସ୍ୱଦେଶୀ ରହିବ । ତେବେ ବିମାନ ପାଇଁ ଇଜେକ୍ସନ ସିଟ ଓ କିଛି ସେନ୍ସର ଅନ୍ୟ ଦେଶରୁ ମଗାଯିବ । ଏହାର ଓଜନ ପାଖାପାଖି ୧୭.୫ ଟନ ହେବ । ତେଜସ ଏମକେ-୨ ବିମାନର ମାରଣାନ୍ତକ ଶକ୍ତି ଯଥେଷ୍ଟ ଅଧିକ ଅଛି । ଏହି ବିମାନକୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଭାବେ ନିର୍ମିତ ହୋଇଥିବାରୁ ଏହା ଏକ ଭାରତୀୟ ମିଶାଇଲ ରୂପେ ପରିଚୟ ପାଇବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ!