Masthead

୨୦୨୫ରେ ଉଡାଣ ଭରିବ ତେଜସ ଏମକେ-୨

ନୂଆଦିଲ୍ଲୀ(ବଡ଼ଖବର ବ୍ୟୁରୋ):ଭାରତ ଭଳି ଶକ୍ତିଶାଳୀ ସାମରିକ ସେନାରେ ଯୋଡି ହେବାକୁ ଯାଉଛି ଆଉ ଏକ ସଫଳତା । କାରଣ ଖୁବ ଶୀଘ୍ର ଭାରତ ହାତେଇବାକୁ ଯାଉଛି ତେଜସ ଏମକେ-୨ ରାଫେଲ ବିମାନ । ଆମେରିକା ଓ ଭାରତ ମଦ୍ୟରେ ଏହି ଚୁକ୍ତି ଆଧାରରେ ଏହାକୁ ଭାରତରେ ହିଁ ତିଆରି କରାଯିବ । ଆମେରିକୀୟ କମ୍ପାନୀ ଜେନେରାଲ ଇଲେକ୍ଟ୍ରିକ ନିଜର ଏଫ୪୧୪ ଇଂଜିନକୁ ଭାରତରେ ନିର୍ମାଣ କରିବ । ଯେଉଁଥି ପାଇଁ ଭାରତୀୟ ସରକାରୀ କମ୍ପାନୀ ହିନ୍ଦୁସ୍ତାନ ଏରୋନେଟିକସ୍ ଲିମିଟେଡ ବା ଏଚଏଏଲ ସହ ମିଳିତ ଭାବେ କାର୍ଯ୍ୟ କରିବ । ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଆମେରିକା ଗସ୍ତରେ ଏହି ଫାଇଟର ଜେଟର ଇଂଜିନକୁ ନେଇ ଶକ୍ତିଶାଳୀ ରାଷ୍ଟ୍ର ସହ ଚୁକ୍ତି କରିଥିଲେ ।

ଏହି ଫାଇଟର ବିମାନ ସହ ତେଜସ ଏମକେ-୨ବିମାନ ଭାରତରେ ମାନ୍ୟୁଫ୍ୟାକ୍‌ଚରିଂର ରାସ୍ତାକୁ ପ୍ରଶସ୍ତ କରିବ ବୋଲି ଆଶା କରାଯାଉଛି । ତେବେ ଏହି ବିମାନ ୨୦୨୫ରେ ଉଡାଣ ଭରିବ ବୋଲି ଆଶା କରାଯାଉଛି । ଏନେଇ ଏଚଏଏଲ ଏଜେନ୍ସିର ଅଧ୍ୟକ୍ଷ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସୂଚନା ଦେଇଛନ୍ତି । ତେବେ ତେଜସ ଏମକେ-୨ର କ’ଣ ରହିଛି ବିଶେଷତ୍ୱ? ପ୍ରଥମତଃ ତେଜସ ଏମକେ-୨ ବିମାନରେ ଆମେରିକୀୟ କମ୍ପାନୀ ଜେନେରାଲ ଇଲେକ୍ଟ୍ରିକର ଏଫ୪୧୪ ଇଂଜିନ ଲାଗିଲେ ବିମାନ ଆହୁରି ଶକ୍ତିଶାଳୀ ହୋଇଯିବ । ତେଜସ ଏମକେ-୧ ତୁଳନାରେ ତେଜସ ଏମକେ-୨ ଆକାର ଓ ଓଜନରେ ଅଧିକ ଓ ବଡ଼ ।

ଏଥିରେ କେବଳ ଗୋଟିଏ ବିମାନ ହିଁ ରହିବ । ଏଚଏଏଲ ଏଜେନ୍ସିର ଅଧ୍ୟକ୍ଷଙ୍କ କହିବା ମୁତାବକ ଏହି ରାଫେଲ ଅନ୍ୟ ଫାଇଟର ବିମାନମାନଙ୍କ ତୁଳନାରେ ଉନ୍ନତ । ପାଖାପାଖି୨୦୦ଟି ତେଜସ ଏମକେ-୨ ବିମାନ ନିର୍ମାଣ କରାଯିବାର ଯୋଜନା ରହିଛି । ଏହି ଇଂଜିନରେ ଫ୍ରାନ୍ସ ଓ ବ୍ରିଟିଶ ରୋଲ୍ସ ରାୟସ ଇଂଜିନକୁ ଲଗାଇବା ପାଇଁ ବିଚାର କରାଯାଉଥିଲା । କିନ୍ତୁ ପରବର୍ତୀ ସମୟରେ ଏହି ବିଚାରରେ ପରିବର୍ତନ କରାଯାଇଥିଲା । ଏଥିରେ ବ୍ୟବହାର କରାଯିବାକୁ ଥିବା ଅତ୍ୟାଧୁନିକ ରାଡାର, ହତିଆର ଓ ଅନ୍ୟ ସିଷ୍ଟମ ଗୁଡିକ ସ୍ୱଦେଶୀ ରହିବ । ତେବେ ବିମାନ ପାଇଁ ଇଜେକ୍ସନ ସିଟ ଓ କିଛି ସେନ୍ସର ଅନ୍ୟ ଦେଶରୁ ମଗାଯିବ । ଏହାର ଓଜନ ପାଖାପାଖି ୧୭.୫ ଟନ ହେବ । ତେଜସ ଏମକେ-୨ ବିମାନର ମାରଣାନ୍ତକ ଶକ୍ତି ଯଥେଷ୍ଟ ଅଧିକ ଅଛି । ଏହି ବିମାନକୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଭାବେ ନିର୍ମିତ ହୋଇଥିବାରୁ ଏହା ଏକ ଭାରତୀୟ ମିଶାଇଲ ରୂପେ ପରିଚୟ ପାଇବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି