Masthead

ମହା ସମାରୋହରେ ପାଳିତ ହେଲା ହରଭଙ୍ଗା ସାଇ ମନ୍ଦିର ରତ୍ନମୁଦ ଉତ୍ସବ

ହରଭଙ୍ଗା (ବଡ଼ ଖବର ବ୍ୟୁରୋ): ବୌଦ୍ଧ ଜିଲ୍ଲା ହରଭଙ୍ଗାର ନବନିର୍ମିତ ସାଇ ମନ୍ଦିରର ରତ୍ନାମୁଦ ଉତ୍ସବ ହରଭଙ୍ଗା ସାଇ ସଦନ ପକ୍ଷରୁ ମହା ସମାରୋହରେ ପାଳିତ ହୋଇଯାଇଛି । ରତ୍ନମୁଦ ଉତ୍ସବ ଅବସରରେ ଆଜି ପ୍ରାତଃରେ ମହାନଦୀରୁ ପୂର୍ଣ୍ଣଜଳ କୁମ୍ଭ କଳସ ଯାତ୍ରା ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ବତା ବରଣରେ ଯଜ୍ଞ ମଣ୍ଡପରେ ଅବସ୍ଥାପିତ କରାଯାଇଥିଲା ।

 

ଜ୍ୟୋତିଷଙ୍କ ମନ୍ତ୍ର ପାଠ ହରିବୋଲ ହୁଳହୁଳି, ସଂକୀର୍ତନରେ ମନ୍ଦିରର ରତ୍ନ ମୁଦ ସମାପନ ହୋଇଥିଲା । ଏହି ରତ୍ନମୁଦ କାର୍ୟ୍ୟକ୍ରମରେ କର୍ତ୍ତା ଭାବେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସିଂ ଓ ତାଙ୍କ ସହ ଧର୍ମିଣୀ ସ୍ନେହ ଲତା ସିଂ କାର୍ୟ୍ୟଭାର ତୁଲାଇଥିବା ବେଳେ ଏହି ଅବସରରେ ହୋମ ଯଜ୍ଞ, ନାମ ଯଜ୍ଞ, ଅନ୍ନ ଯଜ୍ଞ କରାଯାଇଥିଲା । ଅଂଚଳର ଶହଶହ ଭକ୍ତ ଉକ୍ତ ଉତ୍ସବରେ ଯୋଗ ଦାନ କରିଥିଲେ । ଏହି ମନ୍ଦିର ବୌଦ୍ଧ ଜିଲ୍ଲାର ପ୍ରଥମ ସାଇ ମନ୍ଦିର ହୋଇଥିବା ବେଳେ ପୁରୋହିତ ମନୋରଞ୍ଜନ ମିଶ୍ର, ଲାଲା ତ୍ରିପାଠୀ, ପପୁ ପୁରୋହିତ, ହରି ପୁରୋହିତ ଆଦି ହୋମ ଯଜ୍ଞ, ମନ୍ତ୍ର ପାଠ କରିଥିଲେ । ସନ୍ଧ୍ୟା ରେ କୃଷ୍ଣ ଗୁରୁ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ