Masthead

ଆଜି ତେଲେଙ୍ଗାନା ବିଧାନସଭା ଭୋଟ୍, ସିଲ୍‌ ହେବ ୨୨୯୦ ପ୍ରାର୍ଥୀଙ୍କ ଭାଗ୍ୟ

ତେଲେଙ୍ଗାନା (ବଡ଼ ଖବର ବ୍ୟୁରୋ): ଆଜି ତେଲେଙ୍ଗାନା ବିଧାନସଭା ଭୋଟ୍। ସମସ୍ତ ୧୧୯ଟି ଯାକ ଆସନରେ ଆରମ୍ଭ ହୋଇଛି ମତଦାନ। ୧୦୬ଟି ଆସନରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବାକୁ ଥିବାବେଳେ ନକ୍ସଲ ଅଧ୍ୟୁଷିତ ୧୩ ଆସନରେ ଅପରାହ୍ନ ୪ଟା ସରିବ ଭୋଟ୍। ତେଲେଙ୍ଗାନାରେ ଏଥର ଲଢ଼େଇ ମୁଖ୍ୟତଃ ଭାରତ ରାଷ୍ଟ୍ର ସମିତି, କଂଗ୍ରେସ ଓ ବିଜେପି ମଧ୍ୟରେ ହେବ। ୩ କୋଟି ୨୬ ଲକ୍ଷ ଲୋକେ ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ । ରାଜ୍ୟରେ ମୋଟ ୩୫ ହଜାର ୬୫୫ ଟି ମତଦାନ କେନ୍ଦ୍ରରେ ଭୋଟିଂ ହେବ ।

ସକାଳ ୭ଟାରୁ ସନ୍ଧ୍ୟା ୫ ଟାଏ ଯାଏଁ ଲୋକେ ଭୋଟ ଦେଇପାରିବେ । ନିର୍ବାଚନ ପାଇଁ ପୁଲିସ ପକ୍ଷରୁ କଡ଼ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଉଗ୍ରବାଦୀ କାର୍ଯ୍ୟକଳାପ ପ୍ରଭାବିତ ୧୩ଟି ଆସନରେ ଅପରାହ୍ନ ୪ଟା ସୁଦ୍ଧା ମତଦାନ ସାରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଆରଏସର ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ତାଙ୍କ ପୁଅ କେଟିଆର ଅଛନ୍ତି । ସେହିପରି ବିଜେପିର ଲୋକସଭା ସାଂସଦ ବାନ୍ଦି ସଞ୍ଜର କୁମାର, ଡି ଅରବିନ୍ଦ ସୋୟମ ବାପୁରାଓ ଏବଂ କଂଗ୍ରେସର ଏ. ରେବନ୍ତ ରେଡି, ଉତର କୁମାର ରେଡି, ଏଆଇଏମଆଇଏମ ନେତା ଅସଦୁଦ୍ଦିନ ୱୱେସୀଙ୍କ ପରି ହେବିୱେଟ୍ ନେତା ଅଛନ୍ତି ।

ତେବେ ଏଥର ତେଲେଙ୍ଗାନାରେ ବିଆରଏସ ଏବଂ କଂଗ୍ରେସ ମଧ୍ୟରେ କଡା ଟକର ଦେଖିବାକୁ ମିଳିବ ବୋଲି କୁହାଯାଉଛି । ଆଜି ତେଲେଙ୍ଗାନା ଭୋଟ୍ ସରିଲେ ଏହାକୁ ମିଶାଇ ୫ ରାଜ୍ୟ ଯଥାକ୍ରମେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମରେ ବିଧାନସଭା ନିର୍ବାଚନ ସରିବ। ଡିସେମ୍ବର ୩ ତାରିଖରେ ଫଳାଫଳ ଘୋଷଣା ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ