Before Header

ଥରକେ ଚୀନ ଓ ପାକିସ୍ତାନକୁ ଧ୍ୱଂସ କରିବ ଆଂଟି ଏୟାରକ୍ରାଫ୍ଟ ଓପେନ୍ସ ସିଷ୍ଟମ

0 75

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ଆକାଶର ସୁରକ୍ଷାକବଚ । ଭୟାବହ ଅସ୍ତ୍ର । ଚୀନ ପାକିସ୍ତାନକୁ ଏ ଅସ୍ତ୍ର ସମୂଳେ ବିନାଶ କରିବା ଥୟ । ଆଂଟି ଏୟାରକ୍ରାଫ୍ଟ ଓପେନ୍ସ ସିଷ୍ଟମ । ୧ଫୁଟରୁ ଆରମ୍ଭ କରି ୪୦ହଜାର ଫୁଟ ପର୍ଯ୍ୟନ୍ତ ଉଡୁଥିବା ସମସ୍ତ ଟାର୍ଗେଟକୁ ଧ୍ୱଂସ କରିପାରିବ । ସୁବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହାର ରାଡାର ସିଷ୍ଟମ । ଏକା ଥରକେ ୩୬ଟି ଟାର୍ଟେଟକୁ ଧ୍ୱଂସ କରିପାରିବାର କ୍ଷମତା ରଖେ । ଦୁନିଆର ସବୁଠୁ ଆଧୁନିକ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ । ଏସ୍-୪୦୦ ଟ୍ରାଇମ୍ । ଭୟାବହ ଅସ୍ତ୍ର । ଯାହାର ଆକ୍ରମଣରେ ଥରିବ ଚୀନ-ପାକିସ୍ତାନ । ଯାହାଠୁ ମୁକୁଳିବା କଷ୍ଟ । ଆଖିରେ ଥରେ ଦେଖିଛି ମାନେ ମାରିବା ଥୟ । ଶତ୍ରୁର ବିମାନ ବଂଚିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ମୃତ୍ୟୁ ସୁନିଶ୍ଚିତ । ଯିଏ ସ୍ଥଳରୁ ଆକାଶକୁ ଆକ୍ରମଣ କରିବାରେ ସକ୍ଷମ ।

ଦୁନିଆର ସବୁଠୁ ଆଧୁନିକ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ । ଏସ୍-୪୦୦ ଟ୍ରାଇମ୍ । ଆଂଟି ଏୟାରକ୍ରାଫ୍ଟ ଓପେନ୍ସ ସିଷ୍ଟମ । ଏସ୍-୪୦୦ ଟ୍ରାଇମକୁ ତିଆରି କରିଛି ରୁଷିଆ । ରୁଷିଆ, ଚୀନ, ତୁର୍କୀ ପରେ ଭାରତକୁ ଆସୁଛି ଏସ୍-୪୦୦ ସିଷ୍ଟମ । ଫଳରେ ବଢିବ ଭାରତୀୟ ବାୟୁସେନାର ଶକ୍ତି । ଏଥିପାଇଁ ୨୦୧୮ ଅକ୍ଟୋବରରେ ରୁଷିଆ ସହ ଭାରତ କରିଛି ଚୁକ୍ତି । ୩୩ହଜାର କୋଟିରେ ଭାରତକୁ ଆସିବ ୫ଟି ଏସ୍-୪୦୦ ସିଷ୍ଟମ । ଶତ୍ରୁ ଦେଶ ଯେତେବେଳେ ଭାରତକୁ ଆକାଶରୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରିବ, ଏଣିକି ଭାବିବ ସାତଥର । ଏହାର ଶକ୍ତି ଏତେ ଅଧିକ ଯେ ଆମେରିକାର ଶକ୍ତିଶାଳୀ ୬ଟି ଏଫ୍-୩୫ ବିମାନକୁ ନଷ୍ଟ କରିପାରିବ । ଏସ-୪୦୦ରେ ୪ ପ୍ରକାରର ମିସାଇଲ ଖଞ୍ଜା ଯାଇଛି ।

ଯାହାର ରେଞ୍ଜ ୪୦, ୧୦୦, ୨୦୦, ଏବଂ ୪୦୦ କିଲୋମିଟର । ଏହି ସିଷ୍ଟମ ଶହେ ଫୁଟରୁ ଆରମ୍ଭ କରି ୪୦ହଜାର ଫୁଟ ପର୍ଯ୍ୟନ୍ତ ଉଡୁଥିବା ସମସ୍ତ ଟାର୍ଗେଟକୁ ଧ୍ୱଂସ କରିପାରିବ । ମିସାଇଲ, ଫାଇଟର ଜେଟ୍, ଏୟାରକ୍ରାଫ, ଷ୍ଟାଟେଜିକ୍ କ୍ରୁଜ୍ ମିସାଇଲ, ବାଲେଷ୍ଟିମ୍ ମିସାଇଲ ସହ ଟ୍ରୋନ୍ ଆଦିକୁ ନଷ୍ଟ କରିବପାରିବ । ଏହା ଦୁନିଆର ସବୁଠୁ ଆଧୁନିକ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିପାରିବ । ଘଂଟା ପ୍ରତି ଏହାର ବେଗ ୧୭ହଜାର କିଲୋମିଟର । ୫ ମିନିଟ ମଧ୍ୟରେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହୋଇପାରିବ ଏସ୍-୪୦୦ । ଆସନ୍ତୁ ନଜର ପକାଇବ ଏହାର ଇତିହାସ ଉପରେ । ଆମେରିକା-ରୁଷିଆ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ସମୟରେ କୁହାଯାଏ ଏହାର ଉତ୍ପତି । କାରଣ ଆମେରିକାର ଅସ୍ତ୍ରଶସ୍ତ୍ର ଆଗରେ ରୁଷିଆ ଥିଲା ପଛରେ ।

ଆମେରିକାରୁ ଚେକ୍ ଦେବା ପାଇଁ ରୁଷିଆ ଆରମ୍ଭ କରିଥିଲା ଅପରେସନ । ୧୯୬୭ରେ ରୁଷିଆ ଏସ୍-୨୦୦ର ବିକଶିତ କରାଗଲା । ବର୍ଷ ୧୯୭୮ରେ ଏସ-୩୦୦କୁ ବିକଶିତ କଲା ରୁଷିଆ । ଏହାପରେ ୧୯୯୦ରେ ଏସ-୪୦୦କୁ ବିକଶିତ କରାଗଲା । ଏହାର ପରୀକ୍ଷା କରାଗଲା ୧୯୯୯ରେ । ଏପ୍ରିଲ ୨୮, ୨୦୦୭ରେ ଏସ-୪୦୦କୁ ମୁତୟନ କଲା ରୁଷିଆ । ଏହି ସିଷ୍ଟମକୁ ମାର୍ଚ୍ଚ ୧୪ ୨୦୧୪ରେ ଚୀନକୁ ଦେଲା ରୁଷିଆ । ୧୨ ଜୁଲାଇ ୨୦୧୯ରେ ତୁର୍କୀକୁ ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଦେଲା ରୁଷିଆ । ମାଇନସ ୫୦ ଡିଗ୍ରୀରୁ ମାଇନସ୍ ୭୦ ଡିଗ୍ରୀ ସେଲସିୟସରେ କାର୍ଯ୍ୟ କରିପାରିବ ଏହି ଲଙ୍ଗ୍ ରେଞ୍ଜ୍ ମିସାଇଲ ସିଷ୍ଟମ । ଏହି ସିଷ୍ଟମକୁ ଯେକୌଣସି ସ୍ଥାନକୁ ଯେକୌଣସି ସମୟରେ ନିଆଯାଇପାରିବ ।

କାରଣ ଏହାକୁ ନେବା ପାଇଁ ଏକ ଟ୍ରକର ବ୍ୟବହାର କରାଯାଏ । ଚୀନ ହେଉ କି ପାକିସ୍ତାନ । ଭାରତରେ ଯଦି ନ୍ୟୁକ୍ଲିଅର ପକାଇବା ପାଇଁ ଚେଷ୍ଟା କରନ୍ତି ତାହେଲେ ଏସ-୪୦୦ ତାକୁ ମଧ୍ୟ ନଷ୍ଟ କରିବାରେ ସକ୍ଷମ ହେବ । ଚୀନର ଜେ-୨୦ ହେଉ କି ପାକିସ୍ତାନର ଏଫ୍-୧୬ ଫାଇଟର ପ୍ଲେନକୁ ଧ୍ୱଂସ୍ତ କରିପାରିବ ଏସ୍-୪୦୦ । ଭାରତକୁ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ଏସ୍-୪୦୦ ଟ୍ରାଇମ୍ ଆସିବା ପରେ ଭାରତର ତିନି ସେନାର ଶକ୍ତି ବଢିବ । ବିରୋଧୀ ନାଲି ଆଖି ଦେଖାଇଲେ ମୃତ୍ୟୁ ସୁନିଶ୍ଚିତ ।

Leave A Reply

Your email address will not be published.