Masthead

ବ୍ଲକ ବାରଣ୍ଡାରେ ବସାଇ ବିଡିଓଙ୍କୁ ଟ୍ୟୁସନ

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ବ୍ଲକ ବାରଣ୍ଡାରେ ବସାଇ ବିଡିଓଙ୍କୁ ଟ୍ୟୁସନ। ବ୍ଲକ ଅଫିସ ଘେରାଉ ବେଳେ ବ୍ଲକସ୍ତରୀୟ ସମସ୍ତ ଅଧିକାରୀଙ୍କୁ ବାରଣ୍ଡାରେ ବସାଇଛନ୍ତି ସାଂସଦ ବସନ୍ତ ପଣ୍ଡା । ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ରାଜ୍ୟର ସବୁ ବ୍ଲକ ଘେରାଉ କରୁଛି ବିଜେପି । କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ନୂଆପଡ଼ା ବ୍ଲକ ଅଫିସ ଘେରାଉ କରାଯାଇଥିଲା । ବ୍ଲକର ସମସ୍ତ ଅଧିକାରୀଙ୍କୁ ଡାକି ଚଟାଣରେ ବସାଇଥିଲେ । ଗୋଟେ ପଟେ ବିଜେପି ନେତା, ଅନ୍ୟପଟେ ବସିଥିଲେ ବ୍ଲକ ଅଧିକାରୀ । ସେମାନଙ୍କୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲେ ସାଂସଦ । ପ୍ରଶ୍ନର ଉତ୍ତର ଦେଇନପାରି ଅଧିକାରୀମାନେ ହଟହଟା ହୋଇଥିଲେ । ସରକାରୀ ଅନୁଦାନର ଖର୍ଚ୍ଚର ହିସାବ ମାଗିଥିଲେ ସାଂସଦ ।

ଧାନସଂଗ୍ରହ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ କାର୍ଡ ଓ ଅନ୍ୱେଷା ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ । ବର୍ତ୍ତମାନ ସୁଦ୍ଧା କେତେ ଚାଷୀଙ୍କ ଧାନ ସଂଗ୍ରହ ହୋଇଛି? ଏବେ ମଣ୍ଡିରେ କେତେ ଧାନ ପଡିଛି? କାହିଁକି ଚାଷୀଙ୍କ ଧାନ ସଂଗ୍ରହ ହେଉନି ବୋଲି ପ୍ରଶ୍ନ କରିଥିଲେ । ଦେଢଘଣ୍ଟା ଧରି ବିଭାଗୀୟ ଅଧରକାରୀ ଓ କର୍ମଚାରୀଙ୍କୁ ତଳେ ବସାଇ ପ୍ରଶ୍ନ ପରେ ପ୍ରଶ୍ନ କରି ଘାଇଲା କରିଥିଲେ ସାଂସଦ ବସନ୍ତ ପଣ୍ଡା । ପୂର୍ବରୁ କୋମନା ବ୍ଲକ ଘେରାଉ କରି ବିଡିଓ ହିତାଂଶୁ ଶେଖର ସାମଲ ସମେତ ବ୍ଲକ ଅଧିକାରୀଙ୍କୁ ଦୀର୍ଘ ୪ ଘଣ୍ଟା କାଳ ପ୍ରଶ୍ନ କରିଥିଲେ ବସନ୍ତ ପଣ୍ଡା । ସାଂସଦଙ୍କ କାର୍ଯ୍ୟକାଳ ସରିବାକୁ ଆଉ କିଛି ମାସ ବାକି ଥିବାବେଳେ ଏହାକୁ ସାଂସଦଙ୍କ ନିବ୭ାଚନୀ ଷ୍ଟଣ୍ଡ ବୋଲି ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ