ପ୍ରତିଶ୍ରୁତି ପାଲଟିଲା ପ୍ରତାରଣା

ବ୍ରହ୍ମଗିରି (ବଡ଼ ଖବର ବ୍ୟୁରୋ): ଜମି ଅଧିଗ୍ରହଣ ବେଳେ ଚିକ୍କଣ ପ୍ରତିଶ୍ରୁତି । ପରେ ପ୍ରତିଶ୍ରୁତି ପାଲଟିଲା ପ୍ରତାରଣା । ମୁହଁ ଖୋଲିଲେ ଟାଟା ଭୋଲଟାଜ ଦେଖାଉଛି ନାଲିଆଖି । ବ୍ରହ୍ମଗିରିରେ ନୀରିହ ଲୋକଙ୍କୁ ନାଲିଆଖି ଦେଖାଉଛି ଘରୋଇ କମ୍ପାନି ଟାଟା ଭୋଲଟାଜ। ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକର ୯୯ଟି ଗ୍ରାମକୁ ପାନୀୟ ଜଳ ଯୋଗାଇବା ପାଇଁ ୨୦୧୯ରୁ ଆରମ୍ଭ ହୋଇଛି ମେଗା ଜଳଯୋଗାଣ ପ୍ରକଳ୍ପ । ଏହି ପ୍ରକଳ୍ପ ପାଇଁ ସ୍ଥାନୀୟ କୁସୁପୁର ଗାଁ ଲୋକଙ୍କଠାରୁ କିଛି ଜମି ଅଧିଗ୍ରହଣ କରିଥିଲା ପୁରୀ ଜିଲ୍ଲା ପ୍ରଶାସନ ।

ଜମି ଅଧିଗ୍ରହଣ ବେଳେ ଜିଲ୍ଲା ପ୍ରଶାସନ ଓ ଟାଟା ଭୋଲଟାଜ ଦେଇଥିଲେ ପ୍ରତିଶ୍ରୁତି । ୪ବର୍ଷ ବିତିଗଲାଣି । ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଇଛି । ଗ୍ରାମବାସୀଙ୍କ ଠାରୁ ୩ଏକରରୁ ଅଧିକ ମୂଲ୍ୟବାନ ଜମି ନେଇଛି କମ୍ପାନୀ । ଗାଁରେ ସ୍ମଶାନ, କୋଠଘର, ଅଙ୍ଗନଓ୍ବାଡି ଘର ନିର୍ମାଣ ଓ ଗ୍ରାମର ଶିକ୍ଷିତ ଯୁବକଙ୍କୁ ପ୍ରକଳ୍ପରେ ନିଯୁକ୍ତି ଦେବାକୁ ମିଳିଥିଲା ପ୍ରତିଶ୍ରୁତି । ପ୍ରତିଶ୍ରୁତି ପୂରଣ ହେଉନଥିବାରୁ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ତେଣେ ପ୍ରକଳ୍ପରୁ ବାହାରୁଥିବା କ୍ଷାର ପାଣି ଯୋଗୁ ଏକର ଏକର ଧାନ ଫସଲଜମି ଏବେ ପଡିଆ।

ପ୍ରଶାସନ ଦ୍ୱାରା ଚିହ୍ନଟ ଜମି ଠାରୁ ଆହୁରି ଅଧିକ ଜମିରେ ପ୍ରକଳ୍ପ ନିର୍ମାଣ କରୁଛି କମ୍ପାନି । ଏ ସମ୍ପର୍କରେ ବାରମ୍ବାର କମ୍ପାନି କର୍ତ୍ତୃପକ୍ଷ ଓ ଜିଲ୍ଳା ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କେହି ଶୁଣୁ ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ପ୍ରତିଶ୍ରୁତି ପୂରଣ ନହେଲେ ଆନେ୍ଦାଳନ ଜୋରଧାର ହେବ ବୋଲି ଆଲୋଚନା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ