Masthead

ଓଡ଼ିଶା ରାଜନୀତି ଉପରେ ତେଲେଙ୍ଗାନା ଫଳର ଇମପାକ୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ତେଲେଙ୍ଗାନାର ଫଳ ଉପରେ ଓଡ଼ିଶାର ବି ଫଳ ନିର୍ଭର କରୁଛି । ତେଲେଙ୍ଗାନା ଫଳ ଉପରେ ଖାଲି ଜାତୀୟ ନୁହେଁ ଓଡ଼ିଶା ରାଜନୀତିରେ ବି ଇମପାକ୍ଟ ଅଛି । କାହିଁକିନା ତେଲେଙ୍ଗାନାର ସିନାରିଓ ଆଉ ଓଡ଼ିଶାର ସିନାରିଓ ଭିତରେ ଅନେକ କିଛି ଫରକ ନାହିଁ । ତେଲେଙ୍ଗାନାରେ ଶାସନରେ ଅଛି ଏକ ଆଂଚଳିକ ଦଳ । ଯଦିଓ ବିଆରଏସ ନିଜକୁ ଜାତୀୟ ଦଳ କହେ କିନ୍ତୁ ଜାତୀୟ ରାଜନୀତି ଦୃଷ୍ଟିରୁ ସେ ଏବେବି ଗୋଟେ ରିଜିଓନାଲ ପାର୍ଟି । ତେଲେଙ୍ଗାରେ କେସିଆରଙ୍କ ଲଢେଇ ହେଉଛି ୨ ଜାତୀୟ ଦଳଙ୍କ ସହିତ । ବିଜେପି ଆଉ କଂଗ୍ରେସ । ଓଡ଼ିଶାରେ ବି ନବୀନ ବାବୁଙ୍କ ଆଂଚଳିକ ଦଳର ଲଢେଇ ହେଉଛି ବିଜେପି ଆଉ କଂଗ୍ରେସ ସହିତ । ସେଠି କେସିଆର ମଧ୍ୟ ଏକ ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବରେ ଏକ ରାଜ୍ୟ ଗଠନ ହେବାଠାରୁ ୧୦ ବର୍ଷ ହେଲା ଉଭା ହୋଇଛନ୍ତି । ନବୀନ ପଟ୍ଟନାୟକ ମଧ୍ୟ ଗଲା ୨୩ ବର୍ଷ ହେଲା ଅପ୍ରତିଦ୍ୱନ୍ଦ୍ୱୀ ଭାବରେ ଅଛନ୍ତି । କୌଣସି ନିର୍ବାଚନରେ କେସିଆରଙ୍କ ବିଆରଏସ ହାରେ ନାହିଁ ଏଭଳି କୁହାଯାଏ । ଏଠି ବିଜେଡି ସହିତ ମଧ୍ୟ ସମାନ କଥା ।

ତେବେ ଏଥର କେସିଆରଙ୍କୁ ଏକ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଛି । ଗତ ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନରେ ବିଜେପି ୨ ନମ୍ବରରେ ଥିବା କେସିଆରଙ୍କ ଦଳ ପ୍ରଥମେ ଥିଲା କଂଗ୍ରେସ ଅତି ଦୟନୀୟ ପ୍ରଦର୍ଶନ କରି ତୃତୀୟରେ ଥିଲା । କିନ୍ତୁ ଅଚାନକ କଂଗ୍ରେସର ଶକ୍ତି ବଢିଯାଇଛି । ୬ ମାସ ତଳେ କେହି କେବେ ଭାବି ନଥିଲେ ଯେ ଏଥର ବିଆରଏସକୁ ନିର୍ବାଚନରେ ଲଢେଇର ସମ୍ମୁଖୀନ ହେବାକୁ ପଡିବ । ବିଆରଏସ ସବୁ ସର୍ଭେରେ ବହୁତ ଆଗରେ ଥିଲା । ଯଦି ତେଲେଙ୍ଗାନାରେ ବିଜେପି ଭଲ କରୁଛି । ତାହେଲେ ଓଡ଼ିଶା ବିଜେପି ଉସôାହିତ ହେବ । ଯଦି କଂଗ୍ରେସ ସତ୍ତା କୁ ଫେରୁଛି ତେବେ ତାର ଏକ ବିଶ୍ୱସ ବଢିବ ଯେ ଦୟନୀୟ ସ୍ଥିତିରୁ ବି ଉଠାଯାଇପାରେ । ଦୁର୍ବଳ ସଙ୍ଗଠନକୁ ସଜଡା ଯାଇପାରେ । ଗୋଷ୍ଠୀ କନ୍ଦଳକୁ ଏଡାଇ ସମସ୍ତେ ଏକାଠି ଲଢିଲେ ନିର୍ବାଚନରେ ବି ମ୍ୟାଜିକ ହୋଇପାରିବ । ଏଭଳି ଏକ ବିଶ୍ୱାସ କଂଗ୍ରେସର ଆସିବ । ବିଜେପି ଯଦି ତେଲେଙ୍ଗାନା ସମେତ ଅନ୍ୟ ରାଜ୍ୟରେ ଭଲ ପ୍ରଦର୍ଶନ କରୁଛି ଏଠି ଓଡ଼ିଶା ବିଜେଡିକୁ ତାର ପ୍ରଭାବ ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ