Masthead

୫୦ ବର୍ଷ ପରେ ଚନ୍ଦ୍ରକୁ ଯିବ ମଣିଷ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଚନ୍ଦ୍ରାୟନ-୩ର ସଫଳ ଲ୍ୟାଣ୍ଡିଂ କରିଛି ହିନ୍ଦୁସ୍ତାନ । ଆକାଶରେ ସୂର୍ଯ୍ୟ ଅସ୍ତ ଗଲେ, ଆଉ ସେପଟେ ଚନ୍ଦ୍ରପୃଷ୍ଠରେ ବିଜୟର ତ୍ରିରଙ୍ଗା ଉଡାଇଛି ଭାରତ । ସେପଟେ ଚନ୍ଦ୍ରକୁ ମଣିଷ ପଠାଇବା ପାଇଁ ପ୍ରସ୍ତୁତ କରୁଛି ନାସା । ୫୦ ବର୍ଷ ପରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପୁଣି ଥରେ ଚନ୍ଦ୍ରକୁ ମଣିଷ ପଠାଇବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଭାରତର ଚନ୍ଦ୍ରଯାନ-୩ ମିଶନର ସଫଳତାକୁ ନେଇ ସମସ୍ତେ ଉତ୍ସାହିତ ଥିବା ବେଳେ ନାସା ପୁଣିଥରେ ସେ ଚନ୍ଦ୍ରକୁ ମଣିଷ ପଠାଇବ ବୋଲି ଘୋଷଣା କରିଛି ।

ଏଥିପାଇଁ ଏକ ଭୂବିଜ୍ଞାନ ଦଳ ଚୟନ କରାଯାଇଛି । ଯିଏ ଏକ ସଫଳ ମିଶନ୍ ପାଇଁ ରଣନୀତି ପ୍ରସ୍ତୁତ କରିବ। ପ୍ରଥମ ଥର ପାଇଁ ୧୯୬୯ ମସିହାରେ ଚନ୍ଦ୍ରରେ ପାଦ ରଖିଥିଲା ମଣିଷ। ସେତେବେଳେ ନିଲ୍ ଆର୍ମଷ୍ଟ୍ରଙ୍ଗ ଏବଂ ତାଙ୍କ ସାଥୀମାନେ ଯାଇଥିଲେ। ତେବେ ୧୯୭୨ ପରେ ଚନ୍ଦ୍ରକୁ କୌଣସି ମାନବ ମିଶନ ପଠାଯାଇ ନାହିଁ। ସୂଚନା ଅନୁସାରେ, ବୈଜ୍ଞାନିକମାନେ ଚନ୍ଦ୍ରରେ ଜନ ବସତି ସ୍ଥାପନ ପାଇଁ ଗବେଷଣା କରିବାକୁ ଚାହୁଁଛନ୍ତି। ତେଣୁ ନାସାର ଆର୍ଟେମିସ୍ ତୃତୀୟ ମିଶନ ଚନ୍ଦ୍ରରେ ପାଦ ଥାପିବାକୁ ପ୍ରସ୍ତୁତ ହେଉଛି। ଏହା ସହିତ ନାସା ନିଷ୍ପତ୍ତି ନେଇଛି ଯେ, ଚନ୍ଦ୍ରକୁ ଯେଉଁ ଟିମ୍‌ ପଠାଯିବ ସେଥିରେ ମହିଳା ମଧ୍ୟ ସାମିଲ ହେବେ । ଏହି ମିଶନକୁ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟକୁ ପଠାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା