Masthead

ଭକ୍ତ ଓ ଭଗବାନଙ୍କ ମିଳନ କଲେକ୍ଟରଙ୍କ ହାତରେ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ବିଶ୍ୱ ମହାମାରୀ କରୋନା ସବୁକ୍ଷେତ୍ରକୁ ପ୍ରଭାବିତ କରିଛି । ଏବେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିବା ବେଳେ ଅନଲକ୍ -୫ ପରେ ନଭେମ୍ବର ମାସ ପାଇଁ ରାଜ୍ୟ ସରକାର ଅନଲକ୍ -୬ର ଗାଇଡ୍ ଲାଇନ୍ ଆଜି ଘୋଷଣା କରିଛନ୍ତି । ସବୁ କ୍ଷେତ୍ରକୁ ସରକାର ନରମ ଆଭିମୁଖ୍ୟ ପୋଷଣ କରୁଥିବା ବେଳେ ପୁରୀ ଶ୍ରୀମନ୍ଦିର ପ୍ରତି କଠୋର ହୋଇଥିବା ଚର୍ଚ୍ଚା ହେଉଛି । ଦେଶର ସବୁ ପ୍ରସିଦ୍ଧ ମନ୍ଦିର ଖୋଲିଥିବା ବେଳେ ପୁରୀ ଶ୍ରୀମନ୍ଦିର ଖୋଲୁନଥିବାରୁ ଭକ୍ତଙ୍କ ଅସନ୍ତୋଷ ସବୁସୀମା ଅତିକ୍ରମ କରିଗଲାଣି । ଆଜି ଘୋଷଣା ହୋଇଥିବା ଅନଲକ୍ -୬ର ଗାଇଡ୍ ଲାଇନ କ୍ରମେ ରାଜ୍ୟରେ ମନ୍ଦିର ଓ ଅନ୍ୟ ଉପାସନାପୀଠଗୁଡ଼ିକୁ ଖୋଲିବା ସମ୍ପର୍କରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଏହି ଅନଲକ୍ ୬.୦ ମାର୍ଗଦର୍ଶିକାରେ କୁହାଯାଇଛି ଯେ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରମାନେ ସ୍ଥିତିର ସମୀକ୍ଷା କରି ଉପାସନାପୀଠଗୁଡ଼ିକୁ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ । ସେମାନେ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ଓ ପରିସ୍ଥିତିକୁ ଦେଖି ଉପଯୁକ୍ତ କରୋନା କଟକଣା ପାଳନ ସହ ଉପାସନାପୀଠ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ । ମୋଟ ଉପରେ କହିବାକୁ ଗଲେ ଭକ୍ତ ଓ ଭଗବାନଙ୍କ ମିଳନ କଲେକ୍ଟରଙ୍କ ହାତରେ ରହିଛି ।


କରୋନା ମହାମାରୀ ପାଇଁ ରାଜ୍ୟର ମନ୍ଦିର ଓ ଅନ୍ୟ ଉପାସନାପୀଠଗୁଡ଼ିକ ଦୀର୍ଘଦିନ ଧରି ବନ୍ଦ ରହିଥିବାରୁ ସେଗୁଡ଼ିକୁ ଯଥାଶୀଘ୍ର ଖୋଲିବାକୁ ସାଧାରଣରେ ଦାବି ହୋଇଆସୁଛି । ଭକ୍ତ ତା’ ଆରାଧ୍ୟଙ୍କ ଦର୍ଶନ ପାଉନଥିବାରୁ ମୁଣ୍ଡକୋଡି କାନ୍ଦୁଛି । ଭକ୍ତ ଆସୁନଥିବାରୁ ସେବାୟତମାନେ ମଧ୍ୟ ବିଚଳିତ ହୋଇପଡିଲେଣି । ପୁରୀ ଶ୍ରୀମନ୍ଦିର ସମେତ ଅନ୍ୟ ଦେବାଳୟଗୁଡ଼ିକୁ ଖୋଲିବା ପାଇଁ ସେବାୟତମାନେ ଦାବି କରିଆସୁଛନ୍ତି । ଏଥିପାଇଁ ସେମାନେ ଗତ ଅକ୍ଟୋବର ୭ରେ ବିଭିନ୍ନ ମନ୍ଦିର ଆଗରେ ଘଣ୍ଟ ଘଣ୍ଟି ବଜାଇ ପ୍ରତିବାଦ କରିଥିଲେ । ସେହିପରି କେତେକ ସେବାୟତ ପୁରୀ ଶ୍ରୀମନ୍ଦିର ଆଗରେ ଧାରଣାରେ ବସିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ