Before Header

ଆଜି ବି ଶୁଭୁଛି ‘ଖଣ୍ଡ ଖଣ୍ଡ କରି ଭାଙ୍ଗିପଡୁ ପଛେ କଇଳାସ ଗିରି ଶିର’

0 120

ମାହାଙ୍ଗା(ବଡ଼ ଖବର ବ୍ୟୁରୋ): କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୋଠପଦାରେ ଶୁଭିଥିଲା ଅମିତ୍ରାକ୍ଷରୀ ଛାନ୍ଦର ସଂଳାପ । ‘ଅଗ୍ନିକାହିଁ ଯଦୁପତି, ଥିଲେ ଏକ ଅଗ୍ନିକଣା ଧ୍ୱଂସ ହୋଇଥାନ୍ତା ଏଇ ସମଗ୍ର ଭାରତ ।’ ଖାଲି ଏତିକି ନୁହେଁ, ‘ବିଜୟୀ ପାର୍ଥ’, ‘ଜନ୍ମାଷ୍ଟମୀ’, ‘କର୍ଣ୍ଣବଧ’, ‘ଗଣେଶ ଗୀତିନାଟ୍ୟ’ ଭଳି ଅନେକ ଗୀତିନାଟ୍ୟର ସଂଳାପ ଓ ଗୀତ ଝଙ୍କୃତ ହୋଇଥିଲା କୋଠପଦାରେ । ଆସର ଥିଲା ଗଣକବି ବୈଷ୍ଣବ ପାଣିଙ୍କ ୧୩୮ ତମ ଜୟନ୍ତୀ । କୋଭିଡ କଟକଣା ଭିତରେ ପାଳିତ ହୋଇଯାଇଛି ଏହି ମହାନ ସ୍ରଷ୍ଟାଙ୍କ ଜୟନ୍ତୀ ।

ବୈଷ୍ଣବ ପାଣି ଥିଲେ ଓଡ଼ିଆ ରଙ୍ଗମଞ୍ଚର ପ୍ରଥମ ସ୍ରଷ୍ଟା । ଯାହାଙ୍କ ନାଟ୍କ ପଲ୍ଲୀଠାରୁ ଆରମ୍ଭ କରି ରାଜଧାନୀର ବିଭିନ୍ନ ମଣ୍ଡପରେ ବେଶ ଶୋଭାପାଏ । ଦୁଃଖର ବିଷୟ ଯେଉଁ ରଙ୍ଗମଞ୍ଚରେ ଏହି ମହାନ ନାଟ୍ୟକାର ଦିନେ ନିଜର ନାଟକ ପରିବେଷଣ କରୁଥିଲେ , ଏବେ ସେ ନାଟ ମଣ୍ଡପ ଦୀର୍ଘଦିନ ହେବ ଅଧପନ୍ତରିଆ ହୋଇ ପଡିରହିଛି । ପ୍ରତିବର୍ଷ ଅନେକ ମନ୍ତ୍ରୀ, ସାଂସଦ ତଥା ବହୁ ସାହିତ୍ୟିକ ଏ ରଙ୍ଗମଞ୍ଚକୁ ଆସନ୍ତି । ପ୍ରତିଶ୍ରୁତି ଦେଇ ସଭା ସାରି ଫେରିଯାନ୍ତି । ମଞ୍ଚରୁ ଓହ୍ଲାଇବା ମାତ୍ରେ ଦେଇଥିବା ପ୍ରତିଶ୍ରୁତି ତାଙ୍କ ମନେ ରହେ ନାହିଁ । ସବୁଠୁ ବଡ଼ ପ୍ରଶ୍ନ ଉଠୁଛି ଯେ କେବେ ସରିବ କବିଙ୍କ ଅଧାଗଢା ସ୍ମୃତି ମଣ୍ଡପ ।

ଗଣକବି ବୈଷ୍ଣବ ପାଣି ଥିଲେ ନାଟ୍ୟଜଗତର ମୁକୁଟବିହୀନ ସମ୍ରାଟ । ତାଙ୍କ ସ୍ମୃତି ମଣ୍ଡପରେ ଗୀତିନାଟ୍ୟ ଓ କାବ୍ୟ, କବିତା ,ଉପନ୍ୟାସ, ନାଟକ ଏବଂ ଜଣାଣ ଚାଲିଛି । ସ୍ଥାନୀୟ ଲୋକଙ୍କ ଉଦ୍ୟମରେ କୋଭିଡ କଟକଣାକୁ ଆଖିରେ ରଖି ନିରାଡ଼ମ୍ବର ଭାବେ ପାଳନ ହୋଇଛି ଗଣକବିଙ୍କ ଜୟନ୍ତୀ । ବିଭିନ୍ନ ଅଞ୍ଚଳର ଅନେକ ନେତା ଏବଂ ସାହିତ୍ୟିକ କୋଠପଦାରେ ପହଞ୍ôଚ ଗଣକବିଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ କବିଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ ।

ଏହି ସଭାରେ କଟକ ଜିଲ୍ଲାର ପୂର୍ବତନ ପ୍ରଦେଶ କଂଗ୍ରେସ ସମ୍ପାଦକ ପ୍ରଦୀପ୍ତ ଦାସ, ପ୍ରାବନ୍ଧିକ ବିଧାନ ସାମଲ ଯୋଗଦେଇ ପାଣିଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।
ଆଜି ବି ଗାଁ ଗହଳିରେ କବିଙ୍କ ରଚିତ ନାଟକର ରହିଛି ଢେର ଆଦର । ଏପରିକି ସ୍କୁଲ,କଲେଜରେ ମଧ୍ୟ କବିଙ୍କ ନ୍ଧଙ୍କଳ ମଞ୍ଚ ହେଉଛି । ତାଙ୍କ ରଚିତ ନାଟକର ଗୀତ ଲୋକମାନେ ଗୁଣଗୁଣାଉଛନ୍ତି ।

ସେହିପରି ଆଜି ରାଜଧାନୀ ଭୁବନେଶ୍ୱରରେ ଓଡ଼ିଆ ସଂସ୍କୃତି ମଞ୍ଚ ପକ୍ଷରୁ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଓ ଡ. ମାୟାଧର ମାନସିଂହଙ୍କ ଶ୍ରଦ୍ଧଦିବସ ପାଳିତ ହୋଇଯାଇଛି । କରୋନା କଟକଣା ଭିତରେ ଭୁବନେଶ୍ୱରସ୍ଥିତ ୟୁଟିଆଇ ଭବନ ପରିସରରେ ଏହି ଦୁଇ ମହାନ ସ୍ରଷ୍ଟାଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା ହୋଇଥିଲା । ବିକ୍ରମ କେଶରୀ ବର୍ମାଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତି ସଭାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବରଦା ପ୍ରସନ୍ନ ନାୟକ, ସାହିତ୍ୟିକ ଡ. ପ୍ରେମାନନ୍ଦ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।

Leave A Reply

Your email address will not be published.